ସରକାରୀ କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ

0

ଭୁବନେଶ୍ୱର: ରାଜ୍ୟରେ କୋଭିଡ ବିରୋଧୀ ଲଢେଇ ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଭଳି ପଦେକ୍ଷପ ନେଇଛନ୍ତି । ଏହା ସହ ରାଜ୍ୟରେ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।ଏହି କ୍ରମର ଭୁବନେଶ୍ୱରରେ ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ କରାଯାଇଛି । ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖିଛନ୍ତି । ୨ ଟି ଡୋଜ ଟିକାକରଣ ହୋଇନଥିଲେ ଅଫିସ୍‌? ଆସିପାରିବେ ନାହିଁ କର୍ମଚାରୀ । ଜୁଲାଇ ୧ରୁ ସବୁ ଅଫିସ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏହା ପୂର୍ବରୁ ଟିକା ନେବା ବାଧ୍ୟତାମୂଳକ । ଟିକାକରଣ ପାଇଁ ଭୁବନେଶ୍ୱରରେ ଜୁନ୍‌ ୨୦ ଯାଏଁ ସ୍ପେଶାଲ ଡ୍ରାଇଭ । ଏବେ ସୁଦ୍ଧା ୬ ହଜାର କର୍ମଚାରୀ ପ୍ରଥମ ଡୋଜ ନେଇସାରିଛନ୍ତି । ସେମାନଙ୍କ ପାଇଁ ୧୭ ତାରିଖ ଦ୍ୱିତୀୟ ଡୋଜ ହେବ ।

Leave A Reply

Your email address will not be published.