ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ଼ ମାଡ଼ ଜଣେ ମୃତ,୧୬ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ଦିନ ହେବ ଭାରତ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଆଜି ପୁଣି କାଶ୍ମୀର ର ଜାମ୍ମୁ ରେ ଆତଙ୍କବାଦୀଙ୍କ ଦ୍ଵାରା ଗ୍ରେନେଡ଼ ମାଡ଼ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ଜମ୍ମୁ ବସଷ୍ଟାଣ୍ଡରେ u ଦ୍ୱାରା ଗ୍ରେନେଡ଼ ମାଡ଼ କରାଯାଇଛି । ରାଜ୍ୟ ପରିବହନର ଏକ ବସରେ ଏହି ବିସ୍ଫୋରଣ ଘଟିଛି ।ଏହି ବିସ୍ଫୋରଣ ଦିନ ପ୍ରାୟ ୧୧ଟା ୩୦ରେ ହୋଇଥିଲା । ଗ୍ରେନେଡ଼ ମାଡ଼ ଦ୍ୱାରା ଜଣକର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇ ଜମ୍ମୁ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏହି ଆତଙ୍କୀ ହମଲା ପରେ ସମସ୍ତ ଅଞ୍ଚଳକୁ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ ନିଜ କଵଜ୍ଜା କୁ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଗ୍ରେନେଡ଼ ମାଡ଼ ପାଈଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ପୋଲିସ ୧୫ରୁ ଅଧିକ ଲୋକଙ୍କୁ ଏହି ଘଟଣା ପାଇଁ ହେପାଜତକୁ ନେଇ ତଦନ୍ତକୁ ଜୋରଦାର କରିଛି ।

Leave A Reply

Your email address will not be published.