ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜଧାନୀରେ ଗୁରୁବାର ସନ୍ଧ୍ୟା ରେ ବଡ଼ଗଡ ହାଟ ପାଖରେ ଖଣ୍ଡାରେ ଜଣକୁ ହଣା ଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ ବଡ଼ଗଡ ପୂର୍ବତନ କର୍ପୋରେଟରଙ୍କ ଭାଈ ରୁଦ୍ର ପଟଶାଣୀଙ୍କୁ କିଛି ଦୁର୍ବୁତ୍ତ ବିଚ ବଜାରରେ ଖଣ୍ଡାରେ ୩ ଚୋଟ ପକାଇ ଫେରାର ହୋଇଯାଇଥିବା ଜଣାପଡିଛି।
ଗୁରୁତର ଅବସ୍ଥାରେ ରୁଦ୍ର ପଟଶାଣୀଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ବିଜେବି କଲେଜ ପଛପଟେ ଏକ ଗାଡି ପୋଡି ଦିଆଯାଇଥିଲା ଯାହାକୁ କେନ୍ଦ୍ର କରି ଏହି ଘଟଣା ଘଟାଯାଇଥିବା ଆଶଙ୍କା କରାଯାଇଛି । ଏହା ପଛରେ ପୂର୍ବ ଶତ୍ରୁତା ଥିବା ଜଣାପଡ଼ିଛି ।