ପାର୍ବଣ ପାଇଁ କମିସନରେଟ ପୋଲିସର ଗାଇଡଲାଇନ ; ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ ଲାଗୁ ହେଲା କଟକଣା

0

ଆଗକୁ ଆସୁଛି ଦୁର୍ଗାପୂଜା । ତେବେ ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣିରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ମିଳିବ ଅନୁମତି । ମ୍ୟୁଜିକ ପାର୍ଟି କେବଳ ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ  ଭୁବନେଶ୍ୱର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରାଯାଇଛି।

SOA post below
Leave a comment