ଉଦଘାଟିତ ହେଲା ଗୁରୁପ୍ରିୟା ସେତୁ

0

 

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪୫ ବର୍ଷ ର ପ୍ରତୀକ୍ଷା ର ଅନ୍ତ ଘଟିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଛି ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନର ଗୁରୁପ୍ରିୟା ସେତୁ । ଏହି ଗୁରୁପ୍ରିୟା ସେତୁକୁ ବିଭିନ୍ନ ରଙ୍ଗ ର ଫୁଲ ରେ ନବବଧୂ ଭାବରେ ସୁସଜ୍ଜିତ କରାଯାଇଛି । ଏହି ସେତୁ ର ଉଦଘାଟନ ଫଳରେ ବିକାଶର ଆଲୋକ ରେ ଅଲୋକିତ ହେବେ ବିଚ୍ଛିନ୍ନାଞ୍ଚଳ ର ୧୫୧ ଗାଁ ର ୩୫ ହଜାର ଲୋକ । ମାଓବାଦୀଙ୍କ ଧମକକୁ ଖାତିର ନକରି ନବୀନ ସରକାର ଯେଉଁ ସାହସର ପରିଚୟ ଦେଇଛନ୍ତି ତାହାର ଫଳ ସ୍ୱରୂପ ଏହି ଗୁରୁପ୍ରିୟା ସେତୁ ଛିଡା ହୋଇଛି ।

୧୯୭୨ରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ ହୋଇଥିଲା । ଅନ୍ୟକୁ ବିକାଶର ଆଲୋକ ଦେଖାଇବାକୁ ଯାଇ ଅନ୍ଧାରୀ ମୁଲକରେ ଠେଲି ହୋଇ ପଡିଥିଲେ ୧୫୧ଟି ଗାଁର ଲୋକେ । ଜଳବନ୍ଦୀ ହୋଇପଡିଥିଲେ ୩୫ ହଜାର ଲୋକେ । ସମସ୍ତ ସରକାରୀ ଯୋଜନା ରୁ ବଞ୍ଚିତ ହୋଇଯାଇଥିଲେ ୩୫ ହଜାର ଲୋକ । ସେମାନଙ୍କୁ ସାହାଯ୍ୟ ନାଁରେ ମିଳିଥିଲା କେବଳ ଦୁଇଟି ମୋଟର ଲଞ୍ଚ ଓ ପରେ କିଛି ମୋଟର ବୋଟ । ପିଡିଏସ ଚାଉଳ ଠାରୁ ଆରମ୍ଭ କରି ସମସ୍ତ ସର୍ବନିମ୍ନ ସରକାରୀ ଯୋଜନା ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ପାଇଁ ଥିଲା ସାତ ସପନ । ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଉନ୍ନୟନ କାମ ଚାଲୁଥିଲା ମାତ୍ର କେବଳ କାଗଜ ପତ୍ରରେ । ପିଲା ଠାରୁ ବୁଢା ଯାଏଁ, ଅସୁସ୍ଥ ହେଲେ କେବଳ ଭଗବାନ ହିଁ ଭରସା ନହେଲେ ଟୋକେଇରେ ବୁହାହୋଇ ଗୁରୁପ୍ରୀୟା ନଈକୂଳକୁ, ନଈକୂଳରୁ ପୁଣି ଦେଶୀ ଡଙ୍ଗା ପାରି ହୋଇ ଚିତ୍ରକୋଣ୍ଡା ଯିବାକୁ ପଡୁଥିଲା । ଗୁରୁପ୍ରିୟା ସେତୁ ହେବାପରେ ବିଚ୍ଛିନ୍ନାଞ୍ଚଳ କୁ ଗଡିବ ୧୦୮ ଓ ୧୦୨ ଆମ୍ବୁଲାନ୍ସ ।

ସର୍ବ ପ୍ରଥମେ ୧୯୮୨ରେ ଗୁରୁପ୍ରିୟା ନଈ ଉପରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଝୁଲା ପୋଲ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ଏଥିପାଇଁ ଶିଳାନ୍ୟାସ ମଧ୍ୟ କରି ଥିଲେ । ହେଲେ ଏହା ବାସ୍ତବତାର ରୂପ ନେଇ ପରିନଥିଲା ।୨୦୦୫ରେ ଗାମୋନ ଇଣ୍ଡିଆ କମ୍ପାନୀ ୪୭ କୋଟି ଟଙ୍କାରେ କାମ ନେଇଥିଲା । ହେଲେ ମାଓବାଦୀଙ୍କ ଧମକ ଓ ବିସ୍ଫୋରଣ ଯୋଗୁ କାମ ଅଧାରେ ଛାଡି ଦେଇଥିଲା ୧୯୮୨ ଠାରୁ ଆଜି ଯାଏଁ ୧୧ ଥର ଟେଣ୍ଡର ଆହ୍ୱାନ ହୋଇଥିବାବେଳେ ପୋଲର ବ୍ୟୟ ଅଟକଳ ୭ କୋଟିରୁ ବଢି ହୋଇଥିଲା ୧୭୨ କୋଟି । କାମ ଦାୟିତ୍ୱ କୋଲକାତାର ରୋୟାଲ ଇନଫ୍ରା କାମ୍ପାନୀ ପାଇବା ପରେ ସରକାର ଯାନବାଇ ଘାଟର ଉଭୟ ପାଶ୍ୱର୍ରେ ୨ଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇ ପୋଲ ନିର୍ମାଣ କାମକୁ ସୁରକ୍ଷା ଯୋଗାଇବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ସହିଦ ଯବାନଙ୍କ ବଳିଦାନ ଏବଂ ସରକାରଙ୍କ ପ୍ରତିବଦ୍ଧତା ବଳରେ ଆଜି ଛିଡା ହୋଇଛି ଗୁରୁପ୍ରିୟା ।

ଅନ୍ୟପଟେ ମାଲକାନଗିରି ଡ଼ିଏମକେ ଛକରେ ମୁଖ୍ୟମନ୍ତ୍ରୀ ଙ୍କ ଗୁରୁପ୍ରିୟା ସେତୁ ଉଦଘାଟନ କୁ କିଛି ଗ୍ରାମ ର ଲୋକ ବିରୋଧ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.