ପୁଣିଥରେ ଆରମ୍ଭ ହେବ ହବିଷିଆଳି ଯୋଜନା

0

ଆଗକୁ ଆସୁଛି କାର୍ତ୍ତିକ ମାସ। ପବିତ୍ର କାର୍ତ୍ତିକ ମାସରେ ପୁରୀକୁ ବହୁ ସଂଖ୍ୟକ ହବିଷିଆଳି ବ୍ରତ ପାଳନ କରିବାକୁ ଆସିଥାନ୍ତି। ବ୍ରତଧାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ହବିଷିଆଳି ଯୋଜନା ପୁନର୍ବାର ଆରମ୍ଭ ହେବ। ଯାହା କରୋନା ମହାମାରୀ ପାଇଁ ଦୁଇବର୍ଷ ବନ୍ଦ ରହିଥିଲା। ଏଥିପାଇଁ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତବର୍ଷ ପ୍ରାୟ ଅଢେଇ ହଜାର ବ୍ରତଧାରୀଙ୍କୁ ରଖିବା ଲାଗି ପ୍ରଶାସନ ଚିନ୍ତା କରୁଛି। ଏ ନେଇ ୮ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ୧୦ରୁ ପଞ୍ଜୀକରଣ ଆରମ୍ଭ କରାଯାଇ ୨୫ରେ ଶେଷ ହେବ। ଏଥର ନୂତନ ହବିଷିଆଳୀ ଶିବିର ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହେବ। ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସରେ ହବିଷିଆଳୀମାନେ ରହିବେ। ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ। ଆବଶ୍ୟକ ପଡ଼ିଲେ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଏବଂ ମୋଚିସାହି କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଶିବିର କରାଯିବ। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷିଆଳି ପଞ୍ଜୀକରଣ କରିବେ। ହବିଷିଆଳୀଙ୍କ ପାଇଁ ବୁଷ୍ଟର ଡୋଜ ବାଧ୍ୟତାମୂକଳ ରହିବ ବୋଲି ଜଣାପଡ଼ିଛି।

SOA post below
Leave a comment