ହାଫିଜ ସଇଦକୁ ୧୫ ବର୍ଷ ଜେଲ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଏକ ଅଦାଲତ ମୁମ୍ବାଇ ହମ୍ଲାର ମାଷ୍ଟର ମାଇଣ୍ଡ ତଥା ଜମାତ୍-ଉଦ୍ ଦାୱା ମୁଖ୍ୟ ହାଫିଜ୍ ସଇଦକୁ ଗୁରୁବାର ୧୫ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ଏହାଛଡ଼ା ହାଫିଜ ସଇଦ ଉପରେ ୨ ଲକ୍ଷ ଟଙ୍କା (ପାକିସ୍ତାନୀ ମୁଦ୍ରା) ଜୋରିମାନା କରିଛନ୍ତି। ସଇଦ୍ (୭୦)କୁ ପୂର୍ବରୁ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ସଂକ୍ରାନ୍ତ ୪ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୨୧ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଛି। ଗୁରୁବାର ଜେଲଦଣ୍ଡକୁ ମିଶାଇ ସଇଦକୁ ୩୬ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ଏହି ମାମଲାଗୁଡିକରେ ସଇଦକୁ ଏକ ସମୟରେ ଜେଲଦଣ୍ଡ ଭୋଗିବାକୁ ପଡିବ।

Leave A Reply

Your email address will not be published.