ଭୁବନେଶ୍ୱର ପ୍ଲାଟଫର୍ମ ରେ ଝୁଲନ୍ତା ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଭୁବନେଶ୍ୱର ରେଳ ଷ୍ଟେସନ ପରି ଜନଗହଳି ପୂର୍ଣ ସ୍ଥାନରେ ଜଣେ ଯୁବକ ଆତ୍ମହତ୍ୟା କରିବା ରାଜଧାନୀ ବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଭୁବନେଶ୍ୱର ୩ ନମ୍ବର ପ୍ଲାଟଫର୍ମର ଫୁଟ ଓଭରବ୍ରିଜ ତଳେ ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିବାର ଦେଖିବାକୁ ମିଳିଥିଲା । ଏହାଦେଖି ତୁରନ୍ତ ଜିଆରପି ଥାନାକୁ ଖବର ଦିଆଯାଇଥିଲା । ପୋଲିସ ସେ ସ୍ଥାନରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦେଇଛି । ଏପର୍ଯ୍ୟନ୍ତ ମୃତ ଯୁବକର ପରିଚୟ ମିଳିପାରିନାହିଁ । ପୋଲିସ ଏହାର ଅଧିକ ତଦନ୍ତ ଚାଲିଛି । ତେବେ ଏତେ ଜନ ଗହଳି ପୂର୍ଣ ସ୍ଥାନରେ ସେ କିପରି ଆତ୍ମହତ୍ୟା କଲେ ଓ କେହି କିଛି ଜାଣିପାରିଲେ ନାହିଁ ଏହାକୁ ନେଇ ଯାତ୍ରୀମନେ ଚିନ୍ତାରେ ପଡିଯାଇଛନ୍ତି । ପୂର୍ବରୁ ଅନେକ ଥର ଚୋରି ଅଭିଯୋଗ ହୋଇଅସୁଥିଲା । ମାତ୍ର ଏହିଘଟଣା ପରେ ଭୁବନେଶ୍ୱର ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି ଅଛି ବୋଲି ଡିମଡିମା ପିଟୁଥିବା ଜିଆରପି ଏହା କିପରି ଜାଣିପାରିଲନାହିଁ ବୋଲି ଯାତ୍ରୀମନେ ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.