ସୁଖୀ ବୈବାହିକ ଜୀବନ ପାଇଁ ଆପଣାନ୍ତୁ ଏହି ଉପାୟ; ଖୁସିରେ କଟିବ ଆପଣଙ୍କ ଜୀବନ

0

ମହାଭାରତରେ ଦ୍ରୌପଦୀଙ୍କ ବିବାହ ଅର୍ଜୁନ ଙ୍କ ସହ ହୋଇଥିଲା । କିନ୍ତୁ ମା କୁନ୍ତୀ ଙ୍କ ଆଦେଶ କୁ ଅମାନ୍ୟ ନ କରି ପାରି ପାଞ୍ଚ ପାଣ୍ଡବ ଦ୍ରୌପଦୀ ଙ୍କୁ ବିବାହ କରିଥିଲେ । ବେଦବ୍ୟାସ ଏହି ବିବାହ କୁ ନେଇ କିଛି ଟା ସର୍ତ ରଖିଥିଲେ । ଯାହା ପାଳନ କରିବା ଦ୍ରୋପଦୀ ଙ୍କ ସହ ପାଞ୍ଚ ପାଣ୍ଡବ ଙ୍କୁ ମଧ୍ୟ କରିବାର ଥିଲା ।

ବନବାସ ସମୟ ରେ ଦ୍ରୌପଦୀ ଓ ପାଞ୍ଚ ପାଣ୍ଡବ ଏକ ବୃକ୍ଷ ଛାୟା ତଳେ ବିଶ୍ରାମ କରୁଥିଲେ । ସେହି ସମୟରେ ଶ୍ରୀ କୃଷ୍ଣ ତାଙ୍କ ପତ୍ନୀ ସତ୍ୟଭାମା ଙ୍କ ସହ ଆସି ପହଞ୍ଚିଲେ । ଶ୍ରୀ କୃଷ୍ଣ ପାଣ୍ଡବ ଙ୍କ ସହ କଥାବାର୍ତ୍ତା ରେ ବ୍ୟସ୍ତ ହୋଇଗଲେ ।

ସେହି ସମୟ ରେ ସତ୍ୟଭାମା ଓ ଦ୍ରୌପଦୀ ଏକ ସ୍ଥାନ ରେ ବସି କଥା ହେଉଥିଲେ । କଥା କଥା ରେ ସତ୍ୟଭାମା ଦ୍ରୌପଦୀଙ୍କୁ ପଚାରିଲେ କି ସେ କେମିତି ନିଜ ପାଞ୍ଚ ପତି ଙ୍କୁ ସମାନ ରୂପ ରେ ନିଜ ସହ ଯୋଡି କି ରଖନ୍ତି । ଏହି ପ୍ରଶ୍ନ ର ଉତ୍ତର ରେ ଦ୍ରୌପଦୀ କିଛି ସଫଳ ବୈବାହିକ ଜୀବନ ର ସୂତ୍ର ବିଷୟ ରେ କହିଥିଲେ ।

– ଯଦି ପତି ପତ୍ନୀ ଦୁହେଁ ଦୁହିଁ ଙ୍କ ସହ ଖୁସି ରହିବାକୁ ଚାହାନ୍ତି ତେବେ ଦୁହେଁ ଙ୍କ ମଧ୍ୟ ରେ ଈର୍ଷା ଭଳି ଭାବନା ଆସିବା କଥା ନୁହେଁ ।

– ସ୍ତ୍ରୀ କୁ ନିଜ ସ୍ଵାମୀ ଉପରେ କୌଣସି ପ୍ରକାର ନିୟନ୍ତ୍ରଣ କରିବା ଉଚିତ ନୁହେଁ ।

– ବହୁତ ସାରା ପତ୍ନୀ ଏମିତି ବି ଅଛନ୍ତି ଯିଏ ନିଜ ସ୍ଵାମୀର ସବୁ କାମ ଉପରେ ନଜର ରଖିଥାନ୍ତି । ଏହା ଦ୍ଵାରା ତାଙ୍କ ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।

– ପତ୍ନୀ ଙ୍କୁ ପତି ସହ ପୁରା ପରିବାର ର ସବୁ ଧ୍ୟାନ ରଖିବାକୁ ପଡିଥାଏ । ଯେଉଁ ମହିଳା ମାନେ ନିଜ ଶାଶୁଘର ର ପ୍ରତ୍ୟେକ ବ୍ୟକ୍ତିଙ୍କ ଧ୍ୟାନ ରଖିଥାଏ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ଉପରେ ବହୁତ ଖୁସି ରହିଥାନ୍ତି ।

– ବିବାହ ପରେ ମହିଳା ମାନେ ନିଜ ସଙ୍ଗତ ବି ଠିକ ରଖିବା ଦରକାର । ତାକୁ ଚରିତ୍ରହୀନ ବା ଝଗଡା କରୁଥିବା ମହିଳା ମାନଙ୍କ ଠୁ ଦୂରେଇ ରହିବା ଦରକାର । ନଚେତ ପରିଣାମ ସ୍ୱରୂପ ତାକୁ ତା ବୈବାହିକ ଜୀବନ ରେ କେବେ ଖୁସି ମିଳି ନଥାଏ ଏବଂ ବିବାହ ଭାଙ୍ଗି ବି ଯାଇଥାଏ ।

– ପରିବାର ରେ ରହି ମଧ୍ୟ ପତି ଓ ପତ୍ନୀ ଦୁହିଁଙ୍କୁ ଉଭୟଙ୍କ ସମ୍ମାନ କରିବା ଦରକାର । କାହାକୁ ବି ନିଜ କର୍ତ୍ତବ୍ୟ ରୁ ମୁହଁ ବୁଲେଇବା ଉଚିତ ନୁହେଁ ।

– ବିବାହ ପରେ ସ୍ତ୍ରୀ କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏବଂ ଏହା ସହ କୌଣସି ଅଜଣା ବ୍ୟକ୍ତି ଙ୍କ ସହ ମନ ଖୋଲି କଥା ହେବ ଉଚିତ ନୁହେଁ । ଯେଉଁ ମହିଳା ମାନେ ଏହା କରିଥାନ୍ତି ସମାଜ ରେ ତାଙ୍କ ଛବି ଖରାପ ହୋଇଥାଏ ।

– ଏକ ସୁଖଦ ବୈବାହିକ ଜୀବନ ର ସବୁଠାରୁ ମହତ୍ବପୂର୍ଣ୍ଣ ସର୍ତ ହେଉଛି ପତି କୁ ପତ୍ନୀ ର ସବୁ ଇଚ୍ଛା କୁ ପୁରା କରିବା ଦରକାର । ଏବଂ ତାଙ୍କୁ ସନ୍ତୁଷ୍ଠ ରଖିବା ଦରକାର ।

SOA post below
Leave a comment