ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲା: ସନ୍ଦିଗ୍ଧଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି. ସିଂହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲାର ଚାରି ଅଭିଯୁକ୍ତ ମାମଲା ପରିଚାଳନା କରିବେ ବୋଲି ଶନିବାର ଦିନ ହାଥ୍‌ରସ୍‌ରେ ପହଞ୍ଚିଥିବା ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି. ସିଂହ ଘୋଷଣା କରିଛନ୍ତି। ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭାର ସଦସ୍ୟ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନବେନ୍ଦ୍ର ସିଂହଙ୍କ ସହ ଶ୍ରୀ ସିଂହ ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅଭିଯୁକ୍ତଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟିଥିଲେ।
ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଚାରିଜଣଙ୍କ ମାମଲା ଲଢ଼ିବାକୁ ଉଚ୍ଚ ଜାତି ସଙ୍ଗଠନ ‘ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା’ ପୂର୍ବରୁ ଏ.ପି. ସିଂହଙ୍କୁ ଭେଟିଥିଲା। ‘ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା’ର ଜାତୀୟ ଅଧ୍ୟକ୍ଷ ରାଜା ମାନବେନ୍ଦ୍ର ସିଂହ ଏହା ସ୍ଥିର କରିଥିଲେ।
ଏଠାରେ ଉଲ୍ଲେଖ କରାଯାଇପ‌ାରେ ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଘଟଣାର ରାଜନୀତିକରଣ ଦ୍ବାରା ଜାତିଆଣା ଦଙ୍ଗା କରିବା ଲାଗି ରାଜ୍ୟରେ ଷଡ଼ଯନ୍ତ୍ର ଚାଲିଛି।

ହାଥ୍‌ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କ ସୁରକ୍ଷା ବିଷୟରେ ସୁନିଶ୍ଚିତ ହେବାକୁ ଗତକାଲି ଠାରୁ ତାଙ୍କ ଘର ବାହାରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଅନ୍ୟୂନ ୬୦ ଜଣ ନିରାପତ୍ତା କର୍ମଚାରୀ ମୁତୟନ କରାଯିବା ସହ ଆଠଟି ସିସିଟିଭି କ୍ୟାମେରା ଲଗାଯାଇଛି।

Leave A Reply

Your email address will not be published.