ନବ ରାତ୍ରିରେ କ’ଣ ପାଇଁ ଖିଆ ଯାଏ ସନ୍ଧୈବ ଲବଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ଶାରଦୀୟ ନବରାତ୍ର ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି । ନବରାତ୍ରରେ ମା’ ଦୁର୍ଗା ୯ ଭିନ୍ନ ଭିନ୍ନ ରୂପରେ ପୂଜା ପାଆନ୍ତି । ଏହି ସମୟରେ ମାତା ରାଣୀଙ୍କ କୃପା ପାଇବା ପାଇଁ ବ୍ରତ ମଧ୍ୟ କରାଯାଏ । ବ୍ରତ ସମୟରେ ଆଳୁ, ଲାଉ ଆଦି ଖିଆ ଯାଏ । ଯଦି ଏହି ସମୟରେ ସାଧାରଣ ଲୁଣ ଯାଗାରେ ସନ୍ଧୈବ ଲବଣ ଖିଆ ଯାଏ ବହୁ ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା ଏହି ଲୁଣ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

– ସନ୍ଧେବ ଲବଣରେ ଆୟୋଡିନ୍‌ ମାତ୍ରା କମ୍‌ ଥିବାରୁ ବ୍ଲଡ୍‌ ପ୍ରେସର କଣ୍ଟ୍ରୋଲ କରିଥାଏ ।
– ଆଖି ପାଖର ଫୁଲା ମଧ୍ୟ କମ୍‌ କରିଥାଏ ।
– ଏହାକୁ ଖାଇବା ଦ୍ୱାରା ଶରୀରର ସମସ୍ତ ଆବଶ୍ୟକ ତତ୍ତ୍ୱ ସହଜରେ ମିଳିଥାଏ ।
– ହଜମ ପ୍ରକ୍ରିୟା ମଜଭୂତ ହେବା ସହ ପେଟ ସମ୍ପର୍କିତ ରୋଗ ମଧ୍ୟ କମ୍‌ କରିଥାଏ ।
– ଶରୀରରେ ସାରା ଦିନ ପାଇଁ ଶକ୍ତି ଭରି ରହିଥାଏ ।

– ଏହାକୁ ଖାଇବା ଦ୍ୱାରା ଭୋକ କମ୍‌ କରିଥାଏ । ଯାହା ଫଳରେ ଶରୀରର ଓଜନ ବଢ଼ିବା ଆଶଙ୍କା କମ୍‌ କରିଥାଏ ।
– ଶରୀରର ବ୍ଲଡ୍‌ ସର୍କୁଲେସନ ଠିକ୍‌ ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହର କରିଥାଏ ।
– ମାଂସପେଶୀ ମଜଭୁତ ହେବା ସହ ଗଣ୍ଠି ଓ ଶରୀରର ଅନ୍ୟ ଅଂଶରୁ ଦରଜ କମିଥାଏ ।
– ଯେଉଁ ଲୋକଙ୍କ ଶରୀରରେ ଷ୍ଟୋନ ସମସ୍ୟା ରହିଛି ସେମାନେ ସନ୍ଧେବ ଲବଣ ସହ ଲେମ୍ବୁ ରସ୍‌ ୨/୪ ବୁନ୍ଦା ପିଇଲେ ଏଥିରୁ ମୁକ୍ତି ମିଳିଥାଏ ।

Barta
Sikhsya

Leave A Reply

Your email address will not be published.