ଶରୀର ପାଇଁ କେତେ ଉପକାରୀ ରସୁଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରସୁଣ ରେ ଅନେକ ଔଷଧୀୟ ଗୁଣ ଭରି ରହିଛି। କଞ୍ଚା ରସୁଣ ନିୟମିତ ଖାଇଲେ ରକ୍ତଚାପ ଓ କୋଲେଷ୍ଟେରୋଲ୍ ନିୟନ୍ତ୍ରଣ ରହେ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଯଦି କଞ୍ଚା ରସୁଣ ଆପଣ ନିୟମିତ ଖାଇପାରୁ ନାହାନ୍ତି, ଗୁଆ ଘିଅରେ ଅଳ୍ପ ଭାଜି ଖାଇଲେ ମଧ୍ୟ ସମାନ ଉପକାର ପାଇବେ। ଦୈନିକ ଛଅ ପାଖୁଡ଼ା ବିଶିଷ୍ଟ ରସୁଣ ଶରୀର ପାଇଁ ଲାଭଦାୟକ। ରସୁଣ ପାଖରେ ଥିଲେ ଦେହରେ ମଶା ଲାଗନ୍ତି ନାହିଁ। ଏହା ଛଡା ପୁରୁଣା ରସୁଣ ଆହୁରି ଅଧିକ ଉପକାରୀ

ଔଷଧୀୟ ଗୁଣ ଓ ଉପକାରିତା

1. ରସୁଣ ମାନସିକ ଚାପରୁ ମୁକ୍ତି ଦେଇଥାଏ । ନିୟମିତ ରସୁଣ ଖାଇବା ଦ୍ୱାରା ମୁଁହରେ ଭାଙ୍ଗ ପଡି ନ ଥାଏ ଏବଂ ମୁଁହ ବେଳକୁ ବେଳ ଉଜ୍ଜଳ ଦିଶେ ।

2. ପରିବର୍ତ୍ତିତ ପାଗ କାରଣରୁ ଥଣ୍ଡା କାଶ ପରି ସଂକ୍ରାମକ ରୋଗ ଦେଖାଗଲେ ନିୟମିତ ରସୁଣ ଖାଇଲେ ଶରୀର ସୁସ୍ଥ ରୁହେ।

3. ହୃଦ୍ରୋଗୀଙ୍କ ନିମନ୍ତେ ରସୁଣ ରାମବାଣ ସଦୃଶ । ଏଥିରେ ଥିବା ଫାଇଟୋକେମିକଲ୍ସ ରକ୍ତକୁ ପତଳା ହେବାକୁ ଦେଇ ନ ଥାଏ।

4. ନିୟମିତ ରସୁଣ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

5. ରସୁଣରେ ଏଲିସିନ ପରି ନ୍ୟୁଟ୍ରିଏଣ୍ଟସ୍ ରହିଛି, ଯାହା ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ସେଲେନିୟମ ଶରୀରକୁ ଯିବା ପରେ ପୁରୁଷଙ୍କର ଉର୍ବର ଶକ୍ତି ବୃଦ୍ଧି ପାଇଥାଏ।

6. ଏଥିରେ ଥିବା ଆଣ୍ଟିବେକ୍ଟିରିୟଲ ପ୍ରପର୍ଟିଜ୍ ନିଶ୍ୱାସ ଓ ମୁଖଗନ୍ଧ ଦୂର କରିଥାଏ।

7. ରସୁଣରେ କାର୍ବୋହାଇଡ୍ରେସ୍ ରହିଛି, ଏହାଦ୍ୱାରା ଦୁର୍ବଳତା ଦୂର ହୋଇଥାଏ।

8. ରସୁଣରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି, ଯାହା ହାଡ଼କୁ ଶକ୍ତ କରିଥାଏ।

Leave A Reply

Your email address will not be published.