୧୨ ଘଣ୍ଟା ପରେ କାଳବୈଶାଖୀ ସମ୍ଭାବନା, ତାତି ରୁ ମିଳିପାରେ ଆଶ୍ୱସ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ୩ଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ଥିବା ବେଳେ ୧୧ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୁଚନା ଅନୁଯାୟୀ, ୧୨ ଘଣ୍ଟା ପରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ହୋଇପାରେ । ୧୨ ଘଣ୍ଟା ପରେ କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲକା ବର୍ଷା ହୋଇପାରେ । ଚାରି ପାଞ୍ଚ ଦିନ ଯାଏ କାଳବୈଶାଖୀ ଜାରି ରହିପାରେ । ସେଥିପାଇଁ ତାତି ସାମାନ୍ୟ କମିପାରେ ।

ସେହିପରି ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୫.୪ ଓ ସମ୍ବଲପୁରରେ ୪୫.୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ାରେ ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୪୨.୧ ଓ ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ରହିଥିଲା ।

Leave A Reply

Your email address will not be published.