ଗଭୀର ଅବପାତର ରୂପ ନେଲା ଲଘୁଚାପ, ଆଜି ପ୍ରବଳ ବର୍ଷିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଡ୍ରିପେସନ ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଦକ୍ଷିଣ-ପୂର୍ବ ଦିଗରେ ବିଶାଖାପାଟଣା ଠାରୁ ୨୫୦କିମି ଦୂରରେ ସକ୍ରିୟ ରହିଛି।

ପବନର ବେଗ ୫୫ରୁ ୬୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷାର ପ୍ରକୋପ ଅଧିକ ରହିବ।

Leave A Reply

Your email address will not be published.