୨୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୩ଟି ଜିଲ୍ଲାକୁ ୟଲୋ ଆଲର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରିରହିଛି । ଅଧିକାଂଶ ଜିଲ୍ଲା ଲକୁ ଅରେଞ୍ଜ ଓ ୟେଲୋ ଓ୍ୱ।ର୍ନି ଜାରି କରାଯାଇଛି । ଆଜି ୧୨ ଟି ଜିଲ୍ଲା ସମ୍ଭଲପୁର ,ଦେଓଗଡ଼, ଝାରସୁଗୁଡ଼ା,ବରଗଡ଼,ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୟଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ୨୦ ତାରିଖ ପାଇଁ ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବଲାଂଗୀର, ସୋନପୁର, କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି । ୧୯ ଓ ୨୦ ତାରିଖ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ରାଜଧାନୀରେ ମୋଟ୍ ୩୨ ମିଳିମିଟର ବର୍ଷା ରେକର୍ଡ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରୁ ମଙ୍ଗଳବାର ରାତିରୁ ବର୍ଷା ଜାରି ରହିଛି । ତେଣୁ ଆଜିଠାରୁ ବିଭିନ୍ନ ଜିଲ୍ଲା ବର୍ଷା ଆରମ୍ଭ ହୋଇଯାଇଛି ଏହା ସହ ପ୍ରଭାବିତ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୫କିମ୍ ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.