ଦାମଙ୍କୁ ଆଶ୍ୱସ୍ତି, ଜାତିଆଣ ଆକ୍ଷେପ ମାମଲା ରଦ୍ଦ କଲେ ହାଇକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁଆଡେ ନିର୍ବାଚନୀ ହାଓ୍ବା ଜୋର ଧରିଥିବା ବେଳେ ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଡଃ ଦାମୋଦର ରାଉତଙ୍କୁ ଏକ କେସରୁ ଆଶ୍ୱସ୍ତି ମିଳିଛି । ଜାତିଆଣ ଆକ୍ଷେପ କରି ଦାମ ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ନାମରେ ଏକ ମାମଲା ଚାଲିଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଆଜି ରାୟ ଦେଇଛନ୍ତି । ଦାମ ଦେଇଥିବା ମନ୍ତବ୍ୟରେ ସେଭଳି କିଛି କହି ନ ଥିବା କୋର୍ଟ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୦ରେ କୁଜଙ୍ଗଠାରେ ଆୟୋଜିତ ଏକ ସଭାରେ ଦାମ ଯୋଗଦେଇଥିଲେ ‌। ସେଠାରେ ସେ ଜାତିଆଣ ଆକ୍ଷେପ କରି ମନ୍ତବ୍ୟ ଦେଇଥିବା ନେଇ ମନୋଜ ଭୋଇ ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାକୁ ଖାରଜ କରିବା ପାଇଁ ଦାମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ଏହାର ଶୁଣାଣି ହେବା ପରେ କୋର୍ଟ ଦାମଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

Leave A Reply

Your email address will not be published.