କେନ୍ଦ୍ରାପଡ଼ାରେ ନବୀନଙ୍କ ହାଇଟେକ୍ ପ୍ରଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ଥିଲା ପ୍ରଚାର ଶେଷ ଦିନ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲା ଜଣ୍ଟିଲୋ ଆଇବିରୁ ଏକ ବିଶାଳ ରୋଡ ଶୋରେ ବାହାରି ଆଳି, ପଟ୍ଟାମୁଣ୍ଡାଇ ଓ ରାଜକନିକା ବ୍ଲକ ଅଞ୍ଚଳରେ ଏମ୍‌ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଓ କେନ୍ଦ୍ରାପଡା ଲୋକ ସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଭୋଟ ଦେଇ ବିଜୟୀ କରାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଏହି ଅବସରରେ ରାସ୍ତା କଡ଼ରେ ଶହ ଶହ ଲୋକ ଠିଆ ହୋଇଥିବା ବେଳେ ହୁଳହୁଳି ପକାଇବା ସହ ହାତ ହଲାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ ।

ଏହି ଶୋଭାଯାତ୍ରା ଆଳି ପତ୍ରପୁରଠାରୁ ଆରମ୍ଭ ହୋଇ ବିଲିକଣା, ସିଙ୍ଗିରି ବଜାର, ମାଳପାଟଣା, ଚଣ୍ଡିବଜାର, ଶାସନ, ନିଆଳ ହାଟ, ଭୁଇଁପୁର ଛକ, ଡାକବଙ୍ଗଳା ଛକରେ ପହଞ୍ଚିଥିଲା । ସେଠାରେ କିଛି ସମୟ ରହିବା ପରେ ମୁଖ୍ୟମନ୍ତ୍ରୀ ପୁଣି ରାଜକନିକା ଅଭିମୁଖେ ବାହାରିଥିଲେ । ଓଳାଭରରେ ପ୍ରଚାର ସାରି ଫେରିବା ବେଳକୁ ପ୍ରବଳ ଟ୍ରାଫିକ ଜାମ୍‌ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଟାଙ୍ଗୀ ଓ ଯାଜପୁରର କେତେକ ଅଞ୍ଚଳରେ ସ୍ଥାନୀୟ ବିଧୟକ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.