ଓକିଲମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ପକାଇଲେ ତାଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଓକିଲଙ୍କୁ ଆନ୍ଦୋଳନରୁ ଓହରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଖାତିର ନକରି ଓକିଲ ମନେ ନିଜ ଆନ୍ଦୋଳନ କୁ ଆହୁରି ଜୋରଦାର କରିଛନ୍ତି । ଆଜି ଏହାର ପ୍ରତିବାଦ ସ୍ବରୂପ ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇ ଦେଇଛନ୍ତି । କୋର୍ଟ ପରିସରକୁ ବିଚାରପତିଙ୍କୁ ମଧ୍ୟ ଆଇନଜୀବୀ ଛାଡ଼ୁ ନାହାନ୍ତି । ଅଭିଯୁକ୍ତ ପୋଲିସ ଙ୍କ ଗିରଫଦାରି ଦାବିରେ ଓକିଲ ସଂଘ ଅଟଳ ରହିଛି ।

ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଏକପାଖିଆ ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ କାର୍ଯ୍ୟକ୍ରମ ନେଇ ଆଜି ବୈଠକ ହେବାର ଥିଲା । ମାତ୍ର ତା’ପୂର୍ବରୁ ହାଇକୋର୍ଟରେ ତାଲା ପକାଇଥିଲେ ଓକିଲ ।

ସୂଚନାନୁଯାୟୀ, କଟକରେ ଗତ ଅଗଷ୍ଟ ୨୮ ତାରିଖରେ ଜଣେ ଓକିଲଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ତା’ ପରଦିନରୁ ହିଁ ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି । ଏହା ଦ୍ୱାରା କୋର୍ଟ କାମ କିଛି ହୋଇ ପାରୁନାହିଁ ଫଳରେ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି ।

Leave A Reply

Your email address will not be published.