ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଏସ୍ ମୁରଲୀଧର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏସ ମୁରଲୀଧର ଆଜି ଶପଥ ଗ୍ରହଣ କରିଛନ୍ତି।। ରାଜଭବନର ଅଭିଶେକ ହଲରେ ପୂର୍ବାହ୍ଣ ସାଢେ ୯ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି କମ୍ ସଂଖ୍ୟକ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ ଓ ପୁଲିସ ଅଧିକାରୀ ଶପଥପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୁରଲୀଧରଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି। ଏଥିସହିତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ୍ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି।
ଜଷ୍ଟିସ୍ ମୁରଲୀଧର୍ ୧୯୬୧ ମସିହା ଅଗଷ୍ଟ ୮ତାରିଖରେ ଜନ୍ମଗ୍ରହଣ କରିଥିଲେ। ଆଇନ ପାଠ୍ୟକ୍ରମ ଶେଷ ପରେ ସେ ୧୯୮୪ରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆଇନପେସାରେ ଯୋଗଦେଇଥିଲେ।
ସୁପ୍ରିମକୋର୍ଟ ଆଇନସେବା କମିଟିରେ ସେ ଅନେକ ମାମଲା ପରିଚାଳନା କରିଥିଲେ। ସେ ବହୁଚର୍ଚ୍ଚିତ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରିଥିବାବେଳେ ଭୋପାଲ ଗ୍ୟାସ୍ ପୀଡ଼ିତାଙ୍କ ମାମଲା ମଧ୍ୟ ପରିଚାଳନା କରିଥିଲେ। ସେହିପରି ୨୦୦୨ ମସିହାରେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ। ସେଲ କମିଶନରେ ଅସ୍ଥାୟୀ ସଦସ୍ୟ ଥିଲେ। ଅନ୍ୟପକ୍ଷରେ ସର୍ବୋଚ୍ଚ ଅଦାଲତରେ ବିଭିନ୍ନ ମାମଲା ପରିଚାଳନା ନିମନ୍ତେ ଆମିକସକ୍ୟୁରୀ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା।

Leave A Reply

Your email address will not be published.