ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ୧୯ ଜଣଙ୍କର ମୃତ୍ୟୁ; ଚାରିଆଡେ କରାଳ ଦୃଶ୍ୟ, ଦେଖନ୍ତୁ ଭିଡିଓ

0

ପ୍ରବଳ ବର୍ଷାର କରାଳ ଦୃଶ୍ୟ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ବନ୍ୟା ଏବଂ ବାଦଲଫଟା ବର୍ଷା କାରଣରୁ ଏଠାରେ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଗଣଣାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଏତଦ୍ ବ୍ୟତୀତ ୬ ଜଣଙ୍କର ନିଖୋଜ ହେବାର ଖବର ମଧ୍ୟ ଆସିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୋଖଟା ଶନିବାର ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି।

ତେବେ ମୋଖଟା କହିଛନ୍ତି ଯେ, ପ୍ରବଳ ବର୍ଷା ହେତୁ ମାଣ୍ଡି, କାଙ୍ଗ୍ରା ଏବଂ ଚାମ୍ବା ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି।

ସକାଳେ ପ୍ରବଳ ବର୍ଷା ହେତୁ କଙ୍ଗରା ଜିଲ୍ଲାରେ ଚକ ବ୍ରିଜ ଭୁଶୁଡ଼ିବା ପରେ ଯୋଗୀନ୍ଦର ନଗର ଏବଂ ପଠାନକୋଟ ମାର୍ଗ ମଧ୍ୟରେ ଟ୍ରେନ୍ ସେବା ସ୍ଥଗିତ ରହିଥିଲା। ରେଳ କର୍ତ୍ତୃପକ୍ଷ ଏହି ସେତୁକୁ ଅସୁରକ୍ଷିତ ଘୋଷଣା କରିଥିଲେ।

SOA post below
Leave a comment