ବନ୍ଦ ହେଲା ୪ଟି ଗେଟ୍

ହୀରାକୁଦର ଜଳସ୍ତର କମୁଥିବାରୁ ବନ୍ଦ ହେଲା ୪ଟି ସ୍ଲୁଇସ୍ ଗେଟ୍ । ୪ଟି ଗେଟ୍ ବନ୍ଦ ହେବା ପରେ ଏବେ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱରୁ ୨୪, ଦକ୍ଷିଣପାର୍ଶ୍ୱରୁ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ କମିଛି ବନ୍ୟାଜଳ ପ୍ରବେଶର ମାତ୍ରା ଓ କମିଛି ଜଳ ଭଣ୍ଡାରର ଜଳସ୍ତର । ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨୪.୩୧ ଫୁଟରେ ରହିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୪ ଲକ୍ଷ ୬୩ ହଜାର ୭୭୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୩ ହଜାର ୬୫୪ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।