ରହେମାନଙ୍କ ସଂଗୀତର ଯାଦୁରେ ଝୁମିବେ ହକିପ୍ରେମୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସଵରେ ଓସ୍କାର ବିଜେତା ଏ. ଆର ରହେମାନ ସଙ୍ଗୀତ ପରିବେଷଣ କରିବେ । ପ୍ରଖ୍ୟାତ ଗୀତିକାର ଗୁଲଜାରଙ୍କ ସହ ମିଶି ଏହି ପୁରୁଷ ହକି ବିଶ୍ୱକପର ଟାଇଟେଲ ସଙ୍ଗୀତ ପ୍ରସ୍ତୁତ କରିବେ ଏହି ଦୁଇ ମହାନ କଳାକାର । ଏସମ୍ୱନ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ହକି ପ୍ରେମୀ ମାନଙ୍କୁ ଜଣାଇଛନ୍ତି । ଦୁଇ ଦୁଇ ଥର ନିଜ ସଙ୍ଗୀତ ପାଇଁ ଓସ୍କାର ଜିତିଥିବା ଏ.ଆର ରହେମାନଙ୍କୁ ପ୍ରଥମ ଥର ଓଡ଼ିଶାରେ ଲାଇଭ ପରଫର୍ମାନ୍ସକୁ ନେଇ ଓଡ଼ିଶାବାସୀ ଉତ୍ସାହିତ ହୋଇପଡିଥିବା ଜଣାପଡିଛି ।

Sikshaya
Leave A Reply

Your email address will not be published.