ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ସୁଟ ରେ ଖେଳିଗଲା ଆତଙ୍କ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ସନ୍ଧ୍ୟା ୫ ଟା ରେ ସଚିବାଳୟର ପରିସରରେ ଥିବା ଗାର୍ଡେନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଛି ଆଦିବାସୀ ଲୋକ ପାରମ୍ପରିକ ବେଶଭୁଷା ରେ ଏକ ସରକାରୀ ବିଜ୍ଞାପନ ପାଇଁ ଫୋଟୋ ସୁଟ କାର୍ଯ୍ୟକ୍ରମ ଥିଲା। ସବୁ ପ୍ରସ୍ତୁତି ମଧ୍ୟ ସାରିଥିଲା। କେବଳ ମୁଖ୍ୟମନ୍ତ୍ରୀ ଙ୍କୁ ଅପେକ୍ଷା ଥିଲା। ଟ୍ରାଏଲ ସମୟରେ ସଚିବାଳୟରେ ଉପରେ ଥିବା ମହୁମାଛି ହଠାତ ମାଡ଼ି ଆସିଥିଲେ ସୁଟିଙ୍ଗ ହେଉଥିବା ସ୍ଥାନକୁ।    

ପାରମ୍ପରିକ ବେଶଭୁଷା ରେ ଥିବା ଆଦିବାସୀ ଲୋକ ଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲା ମହୁମାଛି।ଲୋକ ଆତଙ୍କିତ ହୋଇ ପ୍ରାଣମୂର୍ଚ୍ଛା ରେ ଦୌଡିଥିଲେ ସଚିବାଳୟ ଭିତରକୁ। ମୁଖ୍ୟ ଦ୍ୱାର ରେ ଥିବା ସିଡ଼ି ଓ ଲିଫ୍ଟ ଆଖପାଖରେ ମହୁମାଛି ଙ୍କୁ ନେଇ ଆତଙ୍କ ଖେଳିଯାଇଥିଲା। ୭ ରୁ ୧୦ ଜଣ ଆହତ ଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଏହି ଅଘଟଣ ପାଇଁ ଫୋଟୋ ସୁଟ ଙ୍କୁ ବାତିଲ କରିଦିଆଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅନ୍ୟଗେଟ ଦ୍ୱାରା ବିଳମ୍ବ ରେ ସଚିବାଳୟରେ ପହଞ୍ଚିଥିଲେ।

Leave A Reply

Your email address will not be published.