ବାଦାମବାଡ଼ିର ଭରତିଆ ଟାୱାର ଭୟାବହ ଅଗ୍ନିକାଣ୍ଡ

0

କଟକ ସହରର କେନ୍ଦ୍ର ସ୍ଥଳ ବାଦାମବାଡ଼ିରେ ଥିବା ଭରତିଆ ଟାୱାର ଭୟାବହ ଅଗ୍ନିକାଣ୍ଡ। ଭରତିଆ ଟାୱାରର ପଞ୍ଚମ ମହଲାରେ ଲାଗିଛି ନିଆଁ। ନିଆଁ ଲାଗିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ତେବେ ନିଆଁ ଲାଗିଥିବା ସ୍ଥାନରୁ ଜଣେ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ କଟକ ବାଦାମବାଡିରେ ଥିବା ଭରତିଆ ଟାୱାର ରାଜ୍ୟର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ।

SOA post below
Leave a comment