ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଜଙ୍ଗଲ , ପାର୍କ ଓ ବୁଦା ମୂଳ ପରେ ଏବେ ଡକ୍ଟରଖାନ ରେ ଚାଲିଛି ରୋମାନ୍ସ । ଭାଇରଲ ହେଲା ଭିଡ଼ିଓ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ର ଏକ ଘରୋଇ ଡାକ୍ତରଖାନା ର ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି।
ଭାଇରାଲ ଭିଡ଼ିଓ ର ଚାହିଦା ଏତେ ଯେ ଦୁଇ ଦିନ ହେବ ରାଜଧାନୀ ର ମାର୍କେଟ ରେ ଏହା ଚହଳ ପକାଇଛି ଓ ମୋବାଇଲ ରୁ ମୋବାଇଲ ଘୁରିବୁଲିବା ସହିତ ଯୁବପିଢ଼ି ଙ୍କ ଏହା ମନୋରଞ୍ଜନ ର ବିଷୟ ପାଲଟିଛି।
ଭିଡିଓ ରେ ହସ୍ପିଟାଲ ର ଲ୍ୟାବ ଇନଚାର୍ଜ ଜଣେ ମହିଳା କର୍ମଚାରୀ ଙ୍କ ସହ ଲ୍ୟାବର ଟେବୁଲ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତ ର ଦୃଶ୍ୟ କୁ ଅନ୍ୟ କେହିଜଣେ ମୋବାଇଲ ରେ କଏଦ କରିବା ସହ ତାକୁ ଭାଇରଲ କରିଥିବା ଜଣାପଡିଛି।
ବାରିପଦା ର ବହୁ ଚର୍ଚ୍ଚିତ ହୋଇଥିବା ଭାଇରଲ ଭିଡିଓ ପରେ ଏକ ସାଇବର ସେଲ ଖୋଲା ଯିବା ସହ ଭିଡ଼ିଓ କୁ ଭାଇରଲ କରୁଥିବା ବ୍ୟକ୍ତି ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରାଯିବ ବିଲେ କହିଥିଲେ ଡ଼ି.ଜି. ପି. ଡ଼ ରାଜେନ୍ଦ୍ର ପ୍ରସଦ ଶର୍ମା। ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପୋଲିସ ର କାର୍ଯ୍ୟାନୁଷ୍ଠାନ ରେ ଅବହେଳା ଯୋଗୁଁ ଭାଇରଲ ପରେ ଭାଇରଲ ହେବାକୁ ଲାଗିଛି ଭିଡ଼ିଓ।