ବିଚାରଧୀନ କଏଦୀ ହୋଟେଲ ସୋନାଲ ଇନ୍ ମାଲିକଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୋଟେଲ ସୋନାଲ ଇନ୍ ମାଲିକ କମଳାକାନ୍ତ ଦାସଙ୍କ ବୁଧବାର ସନ୍ଧ୍ୟାରେ ଜେଲରେ ମୃତ୍ୟୁ ଘଟିଛି । ସେ ଏକ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଆଜି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡିଥିବା ଲକ୍ଷ୍ମୀସାଗର ପୁଲିସ ସୂଚନା ଦେବା ସହ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ଏକ ଠକେଇ ମାମଲାରେ ଖାରବେଳନଗର ଥାନା ପୁଲିସ କମଳାକାନ୍ତଙ୍କୁ ଗିରଫ କରିଥିଲା । ଗିରଫ ପରେ ଜାମିନ ଖାରଜ ହେବାରୁ ତାଙ୍କୁ ଝରାପଡା ଜେଲକୁ ପଠାଇ ଦିଆଯାଇଥିଲା । ସେ ଜେଲରେ ବିଚାରଧୀନ କଏଦୀ ଭାବେ ଥିବା ବେଳେ ବୁଧବାର ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ମୁଣ୍ଡ ବୁଲାଇବା ସହ ପେଟ ଫୁଲି ଯାଇଥିଲା । ପ୍ରଥମେ ତାଙ୍କୁ ଜେଲ ହସପିଟାଲରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହା ଏକ ହାଜତ ମୃତ୍ୟୁ ହୋଇଥିବାରୁ ପୁଲିସ ଏନଏଚଆରସିଙ୍କ ଗାଇଡ ଲାଇନ ଅନୁସାରେ ଶବ ବ୍ୟବଚ୍ଛେଦ କରାଯିବ । ଏପରିକି ତଦନ୍ତ ମଧ୍ୟ ସେହି ଅନୁସାରେ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ପୂର୍ବରୁ କମଳାକାନ୍ତ ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କରେ ଜେରାର ସମ୍ମୁଖିନ ହୋଇଛନ୍ତି । ପୁଲିସ ଓ ସିବିଆଇ ତାଙ୍କୁ ଏକାଧିକ ଥର ଜେରା କରିଥିଲା ।

Leave A Reply

Your email address will not be published.