ପ୍ରଶଂସକଙ୍କ ପାଦ ଛୁଇଁଲେ ହ୍ରିତିକ ରୋଶନ; ଜାଣନ୍ତୁ କାହିଁକି, ଦେଖନ୍ତୁ ଭିଡିଓ

0

 

ବଲିଉଡ ଅଭିନେତା ହ୍ରିତିକ ରୋଶନ କେବଳ ନିଜ ଫିଟନେସକୁ ନେଇ ନୁହଁ ବରଂ ନିଜ ବ୍ୟବହାର ପାଇଁ ଦର୍ଶକଙ୍କ ସବୁବେଳେ ମନ କିଣିଥାନ୍ତି | ତେବେ ଏହାର ଏକ ନିଚ୍ଛକ ଛବି ଏବେ ସୋଇସାଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ତାରିଫ କରୁଛନ୍ତି | ଦେଖନ୍ତୁ ଭିଡିଓ…

ଶନିବାର ଏକ ଫିଟନେସ୍ ଇଭେଣ୍ଟରେ ପହଞ୍ଚିଥିବା ହ୍ରିତିକ୍ ରୋଶନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ପ୍ରକୃତରେ ଜଣେ ଉତ୍ତମ ବ୍ୟକ୍ତି। ବାସ୍ତବରେ, ଏହି ଇଭେଣ୍ଟ ଅବସରରେ, ଯେତେବେଳେ ଅଭିନେତାଙ୍କ ଦ୍ୱାରା ପ୍ରଶଂସକମାନଙ୍କୁ ଏକ ପ୍ରମୋସନ ଉପହାର ବ୍ୟାଗ୍ ଦିଆଯାଉଥିଲା, ସେତେବେଳେ ଜଣେ ପ୍ରଶଂସକ ମଞ୍ଚରେ ପହଞ୍ଚି ଅଭିନେତାଙ୍କ ପାଦ ଛୁଇଁଲେ | ଏହାର ଜବାବରେ ହ୍ରିତିକ ରୋଶନ ମଧ୍ୟ ସେହି ପ୍ରଶଂସକଙ୍କ ପାଦ ଛୁଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଅଭିନେତାଙ୍କ ଏହି ଅଙ୍ଗଭଙ୍ଗୀ ଦେଖି ସେଠାରେ ଉପସ୍ଥିତ ଦର୍ଶକ ଅଭିନେତାଙ୍କୁ କରତାଳି ଦେଇଥିଲେ।

SOA post below
Leave a comment