ଖୁସି ଖବର ଜୁନ ମାସରୁ ଚାଲିବ ଟ୍ରେନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତୀୟରେଳ ଜୁନ ୧ରୁ ୨୦୦ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ ନନ ଏସି ହେବ। ରେଳମନ୍ତ୍ରୀ ପିୟୁଷ ଗୋଏଲ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଗୋଏଲଙ୍କ ଅନୁଯାୟୀ ଭାରତୀୟ ରେଲଓ୍ଵେ ଜୁନ ୧ରୁ ନିଜର ସମୟ ସାରଣୀ ହିସାବରେ ପ୍ରତିଦିନ ୨୦୦ ନନଏସି ଟ୍ରେନ୍ ଚଳାଇବାକୁ ଯାଉଛି। ଏହି ଟ୍ରେନ୍‌ର ବୁକିଂ ଶୀଘ୍ର ଆରମ୍ଭ ହେବ। ସଂପ୍ରତି ଏହିସବୁ ଟ୍ରେନ୍‌ର ରୁଟ୍‌ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଟିକେଟ୍ ବୁକିଂ କେବେ ଆରମ୍ଭ ହେବ ସେନେଇ ଶୀଘ୍ର ତାରିଖ ଘୋଷଣା କରାଯିବ। ରେଳମନ୍ତ୍ରୀ ପିୟୂଷ ଗୋଏଲ ଟୁଇଟ୍ କରିଛନ୍ତି, ଶ୍ରମିକଙ୍କ ଲାଗି ବଡ ଆଶ୍ଵସ୍ତିକର କଥା।

ଆଜିର ଦିନରେ ପ୍ରାୟ ୨୦୦ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରି ପାରିବ। ଆଗକୁ ଏହି ସଂଖ୍ୟା ଆହୁରି ବଢିବ।
କୁହାଯାଉଛି ଯେ, ଏହି ଟ୍ରେନ୍ ପାଇଁ ଓ୍ଵେଟିଂ ଲିଷ୍ଟ ଟିକେଟ୍ ମଧ୍ୟ ମିଳିପାରେ, ମାତ୍ର ତତ୍କାଳ କିମ୍ବା ପ୍ରିମିୟର ତତ୍କାଳ ପରି ବ୍ୟବସ୍ଥା ହେବନାହିଁ। ଏହି ଟ୍ରେନ୍‌ର ବୁକିଂ ଆଇଆରସିଟିସିର ଓ୍ଵେବ୍‌ସାଇଟ୍‌ ଜରିଆରେ ହେବ। ବୁକିଂ କେଉଁଦିନ ଆରମ୍ଭହେବ ଏହାର ଶୀଘ୍ର ଘୋଷଣା କରାଯିବ।

Leave A Reply

Your email address will not be published.