ଗୁଣପୁର ଓ ରାମନାଗୁଡ଼ାର କୋଭିଡ ହସ୍ପିଟାଲର ପରିଦର୍ଶନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳୁ ଗଜପତି ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଓ କୋଭିଡ ହସ୍ପିଟାଲର ର ସ୍ଥିତି ପରଖିବା ପରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ରାୟଗଡା ଜିଲ୍ଲାର ଦୁଇଟି ବ୍ଲକ ଗୁଣପୁର ଓ ରାମନାଗୁଡ଼ା ଗ୍ରସ୍ତ କରିଥିଲେ ।

ଗୁଣପୁର ପୌରପରିଷଦର ବିକ୍ରମପୁର ଠାରେ ଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହ ଅନୁସୁଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଉପ ଜିଲ୍ଲାପାଳ, ବିଡିଓ ଓ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲ୍ଲାର କରୋନା ସ୍ଥିତି ଏବଂ ସରକାରୀ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ଏହାର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.