ଶହଶହ ଛାତ୍ରଛାତ୍ରୀ ରାସ୍ତାରେ ଦେଲେ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଲେଜ ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାରର ପ୍ରତିବାଦରେ ରାସ୍ତା ଉପରେ ବସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲାରେ ବିଜେପି ଦ୍ୱାରା ବନ୍ଦ ପାଳନ ସମୟରେ ମୋରଡାରେ ଏକ ଘରୋଇ ଇଂଜିନିୟରିଂ କଲେଜକୁ ବନ୍ଦ କରିବା ପାଇଁ ବିଜେପି କର୍ମୀ ଦାବି କରିଥିଲେ । ମାତ୍ର ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ପରୀକ୍ଷା ଚାଲିଥିବାରୁ କଲେଜ ବନ୍ଦ କରିବା ପାଇଁ ମନା କରିଥିଲେ କଲେଜ କର୍ତୃପକ୍ଷ । ଏଥିରେ ବିଜେପି କର୍ମୀ ଉତକ୍ଷିପ୍ତ ହୋଇ କଲେଜ ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାରର କରିଥିଲେ । ଏହାର ପ୍ରତିବାଦ କରି ୬୧ ନମ୍ବର ରାଜ୍ୟ ରାଜପଥରେ ଶହଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ଘଟଣା ଖବର ପାଇ ମୋରଡା ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.