୫ ହୁରିୟତ୍ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହୃତ କଲେ କେନ୍ଦ୍ରସରକାର !

0

ଓଡିଶା ଫାଷ୍ଟ(ବ୍ୟୁରୋ): କେବଳ ଭାରତ ନୁହେଁ ସମଗ୍ର ବିଶ୍ୱକୁ ଆନ୍ଦୋଳିତ କରିଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ । ସମଗ୍ର ବିଶ୍ୱ ଏହାର ନିନ୍ଦା କରିବା ସହ ଆତଙ୍କବାଦକୁ ଦମନ କରିବାକୁ ଏକ ସାଙ୍ଗରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଭାରତ ନିଜର ୪୦ରୁ ଉର୍ଦ୍ଧ ଯବାନଙ୍କୁ ହରାଇଛି । ସମସ୍ତ ଯବାନଙ୍କୁ ଅଶ୍ରୁଳ ବିଦାୟ ଦେବାପରେ କେନ୍ଦ୍ର ସରକାର ଆକ୍ସନ ମୁଡ଼ରେ ଥିବା ପରିଲଖିତ ହେଉଛି ।

ସୂଚନା ଅନୁଯାୟୀ, ଫେବୃଆରୀ ତା୧୪ରିଖରେ ହୃଦୟ ଦୋହଲାଇଲା ପରି ହୋଇଥିଲା ଆତଙ୍କି ହମଲା । ଚାଲିଗଲା ୪୦ ରୁ ଉର୍ଦ୍ଧ ଯବାନଙ୍କ ଜୀବନ । ଦେଶର ଏହି ସଙ୍କଟ ମୁହୂର୍ତ୍ତରେ ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇ ଦେଶପ୍ରେମର ନିଦର୍ଶନ ଦେଇଥିଲେ । ଯାହାକି ଭାରତର ଅଖଣ୍ଡତା କୁ ଦର୍ଶାଉଛି । ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇ ବୈଠକରେ ଭାଗ ନେଇଥିଲେ । ସେହିପରି କେନ୍ଦ୍ର ସରକାର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀରର ୫ ଜଣ ହୁରିୟତ୍ ନେତାଙ୍କ ସୁରକ୍ଷାକୁ ଉଠାଇ ନେଇଛନ୍ତିି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ବୈଠକରେ ଏହି ୫ ହୁରିୟତ୍ ନେତାଙ୍କ ସୁରକ୍ଷାକୁ, ଅଲଗାବବାଦିଓଁରୁ ସରକାରୀ ଗାଡି ଏବଂ ସୁରକ୍ଷା ବଳୟକୁ ଉଠାଇ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନେତାମାନେ ହେଲେ ଅବଦୁଲ୍ ଗନ୍ନି ଭଟ୍ଟ, ମିଖାୟଜ୍ ଉମର୍ ଫାରୁଖ୍, ବିଲାଲ୍ ଲୋନ, ହାସିମ୍ଓ ଅବ୍ୱାସ୍ ଅନ୍ସାରୀ । ‘ଘାଟିରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିବା ଏବଂ ଏଭଳି ପରିସ୍ଥିତିରେ ଅଲଗାବବାଦୀ ନେତାଙ୍କ ସୁରକ୍ଷା ଉପରେ ସରକାର ବାର୍ଷିକ ୧୦ କୋଟି ଟଙ୍କା ଖର୍ଚ୍ଚ କରିବା ନିଆଁକୁ ଧୂଆଁ ଦେଲା ଭଳି’ ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ ।

ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ‘ଜଣେ ଅଲଗାବବାଦୀ ନେତାଙ୍କୁ ୨୦ ରୁ ୨୫ ସୁରକ୍ଷାକର୍ମୀ ଦିନରାତି ସୁରକ୍ଷା ଯୋଗାଇଥାନ୍ତି । ୨୦୧୫ ମସିହା ଏପ୍ରେଲ ୧ ତାରିଖରେ ରାଜ୍ୟ ସରକାର ବିଧାନସଭାରେ ଏକ ରିପୋର୍ଟ ଉପସ୍ଥାପନା କରି କହିଥିଲେ ଯେ ଅଲଗାବବାଦୀ ନେତାଙ୍କ ସମେତ ପ୍ରଦେଶର ମୋଟ ୧,୪୭୨ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷାରେ ୫୦୬.୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହୁରିୟତ୍ ନେତା ବଟ୍ଟର ସୁରକ୍ଷା ଉପରେ ଏକ ଦଶନ୍ଧୀ ଧରି ଅଢେଇକୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅବ୍ୱାସ୍ ଅନ୍ସାରୀ ଉପରେ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି’ । ତେଣୁ ଏଭଳି ପରିସ୍ଥିତି ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଠିକ ନୁହେଁ । ଯାହାକି ଭାରତର ଯବାନଙ୍କ ମନୋବଳକୁ ଦୁର୍ବଳ କରିବ ଓ ଭାରତବାସୀଙ୍କ ମନରେ କୁଠାର ଘାତ କରିବ ।

Leave A Reply

Your email address will not be published.