ପୁରୀ ଆକାଶରେ ଜଲୱା ଦେଖାଇଲେ ବାୟୁବୀର

0

ପୁରୀ ଆକାଶରେ ଜଲୱା ଦେଖାଇଲେ ବାୟୁବୀର। ପୁରୀର ବ୍ଲୁ ଫ୍ଲାଗ ବିଚରେ ପୂର୍ବପ୍ରସ୍ତୁତି ଅନୁଯାୟୀ ଏୟାର ଶୋ ହୋଇଛି । ଏକାସାଙ୍ଗରେ ଆକଶରେ ୯ଟି ହକ୍ ଲଢ଼ୁଆ ବିମାନ ଶୋ ଜାରି ରଖିଛି । ଏହାକୁ ଦେଖିବା ପାଇଁ ଅନେକ ସଂଖ୍ୟକ ଲୋକ ଜମା ହୋଇଛନ୍ତି ।

ଏରୋବେଟିକ ଟିମ ଆକାଶମାର୍ଗରେ ଏହି ଶୋ ଜାରି ରହିଛନ୍ତି । ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଶହ ଶହ ଲୋକ ଉପସ୍ଥିତ ରହିଛନ୍ତି ।

ଗତକାଲି କୁଆଖାଇ ନଦୀ ପଠାରେ ସୂର୍ଯ୍ୟକିରଣ ଶୋ ହୋଇଥିଲା । ତେବେ କାଲି ଯଦି ପାଗ ଠିକ ରୁହେ ,ତାହାଲେ ଆଉଥରେ ଶୋ ହୋଇପାରେ ବୋଲି ସୂଚନା ମିଳିଛି ।

SOA post below
Leave a comment