୩ଜଣ ବରିଷ୍ଠ ଅଫିସରଙ୍କୁ ସିଏମଓରେ ନିଯୁକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଗୁରୁବାର ୩ଜଣ ବରିଷ୍ଠ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସିଏମଓରେ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଣେ ଆଇଏଏସ ଓ ଦୁଇଜଣ ଓଏଏସ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏକାଧିକ ଦାୟିତ୍ୱରେ ଥିବା ୨୦୦୫ ବ୍ୟାଚ୍ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କୋଭିଡ ପରିଚାଳନା ଓଏସଡି ଭାବେ ନିଯୁକ୍ତି ମିଳିଛି। ସେ ଓଏମସି ପରିଚାଳନା ନିର୍ଦ୍ଦେଶକ, କ୍ରୀଡ଼ା ନିର୍ଦ୍ଦେଶକ ଓ ଓଏମଇସିଏଲ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ।

Leave A Reply

Your email address will not be published.