ବାହାରିଲା ସମାଧାନର ବାଟ, ମାମଲା ପ୍ରତ୍ୟାହାର କରିବେ ତୃପ୍ତି

ଷ୍ଟାର ଘର କଳିର ସମାଧାନର ବାଟ ବାହାରିଛି । ବାବୁଶାନଙ୍କ ନାଁ ରେ ଦେଇଥିବା ମାମଲା ପ୍ରତ୍ୟାହାର କରିବେ ପତ୍ନୀ ତୃପ୍ତି ଶତପଥୀ। ଏ ନେଇ ସୂଚନା ଦେଲେ ବାବୁଶାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ।
ସେପଟେ ଆଜି ବାବୁଶାନଙ୍କ ଜନ୍ମଦିନ ଥିବା ବେଳେ ନୋଟିସ୍ ଅନୁସାରେ ଖାରବେଳେ ନଗର ଥାନାକୁ ଯାଇଥିଲେ ସେ । ତେବେ ଥାନାରୁ ବାହାରିବା ପରେ କୌଣସି ପ୍ରତିକ୍ରିୟା ନ ଦେଇ ଫେରି ଯାଇଥିଲେ। ବାବୁଶାନଙ୍କ ମା’ ଅପରାଜିତା ମହାନ୍ତି ଓ ତାଙ୍କ ସହଯୋଗୀ ମଧ୍ୟ ଥାନାକୁ ଆସିଥିଲେ । ବାବୁଶାନଙ୍କୁ ପଚରାଉଚରା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।