ନଭେମ୍ବରରେ ଜନ୍ମ ହୋଇ ଥିବା ଶିଶୁଙ୍କ ସ୍ୱଭାବ ସମ୍ପକ ବିଷୟରେ ଜାଣନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯଦି ଆପଣ ବର୍ଷର ନଭେମ୍ବର ମାସରେ ଜନ୍ମ ହୋଇଛନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆପଣ ସମସ୍ତଙ୍କ ମଙ୍ଗଳ ପାଇଁ ଏହି ଦୁନିଆରେ ଜନ୍ମ ହୋଇଛନ୍ତି | ଆପଣ ଅତ୍ୟନ୍ତ ଦୟାଳୁ ପରୋପକାରୀ ସ୍ୱଭାବର । ଏହାସହିତ ଆପଣ ମଧ୍ୟ ଜଣେ ଆଶ୍ଚର୍ଯ୍ୟଜନକ ସାଥୀ ଭାବେ ପରିଚିତ ହୋଇଥାନ୍ତି । ଯେପର୍ଯ୍ୟନ୍ତ ଆପଣଙ୍କ ଆତ୍ମସମ୍ମାନ ଆଘାତ ନହୋଇଛି, ଆପଣ ସବୁ କିଛି ସହିଚାଳନ୍ତି । ଆପଣ ସମସ୍ତଙ୍କ ଭିତରେ ମିଳିମିଶି କାମ କରିଥାନ୍ତି । ଅନେକ ସମୟରେ ବନ୍ଧୁ ବାନ୍ଧବଙ୍କ ଭିତରେ ମନମାଳିନ୍ଯ ହେଲେ ଆପଣ ତାହାକୁ ସମାଧାନ କରିବାର ଗୁରୁଦାୟିତ୍ୱ ବହନ କରିଥାନ୍ତି । ଏମିତ ତ ଆପଣଙ୍କୁ ଏ ଦୁନିଆ ବହୁତ ଶାନ୍ତ ଏବଂ ମୌନ ରୂପେରେ ଜାଣିଥାଏ କିନ୍ତୁ ଯିଏବି ଆପଣଙ୍କ ରାଗ ଥରେ ଦେଖିଛି ସେ ହିଁ ଜାଣିଛି ଆପଣ ଭିତରୁ କେତେ ରାଗି ସ୍ୱଭାବର । ତେଣୁ ଆପଣ କମ୍‌ ବୟସରୁ ହିଁ ବ୍ଳଡ୍‌ ପ୍ରେସରର ଶିକାର ହୋଇଥାନ୍ତି ।

bornଆପଣ ସାଙ୍ଗ ମାନଙ୍କ ପାଇଁ କଣ କରନ୍ତୁ କି ନକରନ୍ତୁ କିନ୍ତୁ ଆପଣଙ୍କ ପାଇଁ ଆପଣଙ୍କ ସାଙ୍ଗମାନେ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆପଣଙ୍କ ଉନ୍ନତି ଦେଖି ସହିପାରୁନଥିବା ଲୋକେ ସାବଧାନ ରହିବା ଉଚିତ୍‌ । କାରଣ ସେ ଆପଣଙ୍କର କିଛି ବି କ୍ଷତି କରି ପାରନ୍ତି ନାହିଁ । ଆପଣ ଭଲପାଇବାର ଏକ ଉଦାହରଣ । ଆପଣ ଯାହାକୁ ବି ଭଲ ପାଇବେ ଯଦି ସେ ଆପଣଙ୍କୁ ନମିଳେ, ତେବେ ଆପଣ ଜୀବନ ଯାକ ତାକୁ କେବେବି ଭୁଲି ପାଇବେ ନାହିଁ । ଆଉ ଯଦି ଆପଣଙ୍କୁ ସେ ମିଳିଯାଏ ତେବେ ତାଙ୍କ ଖୁସି ପାଇଁ ଆପଣ ସବୁ କିଛି କରିବାକୁ ଆଗେଇ ଆସିଥାନ୍ତି।
ଏହି ମାସରେ ଜନ୍ମିତ ବ୍ଯକ୍ତିଙ୍କ ଇନକମ୍‌ ଯେତିକି ବି ଥାଉ, ସେଭିଙ୍ଗର ବାଟ ଏମାନେ ଖୋଜି ଦିଅନ୍ତି । ସବୁ ଜିନିଷ ଏମାନେ ଖୁବ୍‌ ଯତ୍ନ ସହକାରେ ସାଇତି ରଖିଥାନ୍ତି । ଏମାନଙ୍କର ଅତିତକୁ ନେଇ ଖୁବ୍‌ ସ୍ମୃତି ରହିଥାଏ । ବିଶେଷ କରି ଏହି ମାସରେ ଜନ୍ମିତ ବ୍ଯକ୍ତି ସମ୍ବେଦନଶୀଳ ଲେଖକ, ପୋଲିସ,ପତ୍ରକାର,କଳାକାର,ସର୍ଜନ୍‌ କିମ୍ବା ଗୁପ୍ତଚର ବିଭାଗରେ କାମ କରିଥାନ୍ତି । ଏମାନଙ୍କ ମନ ଛୁଆଳିଆ ସ୍ୱଭାବର ହୋଇଥିବା କାରଣରୁ ଏମାନେ ଛୁଆ ମାନଙ୍କୁ ବହୁତ ଭଲ ପାଇଥାନ୍ତି।
birthdayଏହି ମାସରେ ଜନ୍ମତି କନ୍ଯାମାନେ ଖୁବ୍‌ ଭାବୁକ ସ୍ୱଭାବର ହୋଇଥାନ୍ତି । ଧୋକା ଖାଇବା କ୍ଷଣି ନିଜକୁ ସମୟ ଭିତରେ ସମ୍ଭାଳି ନେଇଥାନ୍ତି । ଏଥିପାଇଁ ଏମାନେ ଦୁଃଖ ସମୟରେ କାହାକୁ ଭରଷା କରନ୍ତି ନାହିଁ । ନିଜର ଧୋର୍ଯ୍ଯ ଶକ୍ତି ବଳରେ ଏମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି ।

Leave A Reply

Your email address will not be published.