ସକାଳୁ ଦାନ୍ତ ନ ଘଷି ପାଣି ପିଇଲେ ଭଲ ହୁଏ ଏହିସବୁ ରୋଗ

0

ଜଳ ହିଁ ଜୀବନ, ପାଣି ଆମ ଜୀବନ ର ସବୁଠୁ ମୁଖ୍ୟ ଅଟେ l ପ୍ରତିଦିନ ୮ରୁ ୧୦ ଗ୍ଲାସ ପାଣି ପିଇବାକୁ ଆମକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଇ ଥାଆନ୍ତି l ନିକଟରେ ହୋଇଥିବା ଅନ୍ୟ ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ସକାଳୁ ଉଠି ପାଣି ପିଇବା ଆମ ଶରୀର ପକ୍ଷରେ କେତେ ହିତକର l ଦାନ୍ତ ଘଷିବା ସକାଳର ଗୋଟିଏ ସବୁଠୁ ମହତ୍ଵପୁର୍ଣ କାର୍ଯ୍ୟ l ଦାନ୍ତ ଦିନକୁ ୨ଥର ଘଷିବା ପାଇଁ କୁହାଯାଇ ଥାଏ l

ସକାଳୁ ଦାନ୍ତ ନଘଷି ପାଣି ପିଇବାକୁ କାହିଁକି କୁହାଯାଇ ଥାଏ -:

– ସକାଳୁ ଉଠି ଦାନ୍ତ ନଘଷି ପାଣି ପିଇବା ଦ୍ୱାରା ଶରୀରକୁ ଖୁବ ଲାଭ ମିଳିଥାଏ l କିନ୍ତୁ ଉଷୁମ ପାଣି ପିଇବା ଆବଶ୍ୟକ l ଏହାଦ୍ୱାର ଶରୀରର ବିଷାକ୍ତ ପଦାର୍ଥ ବାହାରିବାରେ ସାହାଯ୍ୟ ମିଳିଥାଏ ଓ ପାଚନ କ୍ରିୟା ପାଇଁ ଖୁବ ହିତକର l

– ସକାଳୁ ଦାନ୍ତ ନଘଷି ପାଣି ପିଇବା ଦ୍ୱାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ଓ ଥଣ୍ଡା ଜନିତ ସମସ୍ୟା ଠାରୁ ଦୁରେଇ ରଖିଥାଏ l ଯେଉଁମାନେ ଖୁବ ଶୀଘ୍ର ଥଣ୍ଡା ଓ ସର୍ଦି ରେ ଆକ୍ରାନ୍ତ ହୋଇ ଥାଆନ୍ତି ସେମାନେ ସକାଳୁ ଉଠି ଉଷୁମ ପାଣି ଦାନ୍ତ ନଘଷି ପିଇବା ନିହାତି ଜରୁରୀ l

– ଦାନ୍ତ ନଘଷି ଉଷୁମ ପାଣି ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଓ ତ୍ୱଚା ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l

– ଖାଲି ପେଟରେ ଓ ଦାନ୍ତ ନଘଷି ଉଷୁମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ ଓ ଗ୍ୟାସ, ଏସିଡ଼ିଟି, ଏବଂ ଅନ୍ୟ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

– ଉଚା ରକ୍ତ ଚାପ ଓ ମଧୁମେହ ରୋଗୀମାନେ ନିୟମିତ ଦାନ୍ତ ନଘଷି ପାଣି ପିଇବା ଶରୀର ପକ୍ଷରେ ଖୁବ ହିତକର l

SOA post below
Leave a comment