ଶନିବାର ସକାଳୁ ଏହି ୪ ଜିନିଷ ଦେଖୁଛନ୍ତି କି, ମିଳିବ ଶନିଦେବଙ୍କ କୃପା ଦୃଷ୍ଟି, ବଦଳିବ ଭାଗ୍ୟ

0

ଯଦି ଶନିବାର ଦିନ ଦେଖୁ ଛନ୍ତି ଏହି ୪ ଟି ଜିନିଷ ତେବେ ଜାଣି ନିଅନ୍ତୁ ଯେ ଶନିଦେଵ ଅଛନ୍ତି ଆପଣ ଙ୍କ ସହିତ। ଶନିବାର ହେଉଛି ଶନିଦେଵ ଙ୍କ ର ଅତି ପ୍ରିୟ । ସେଥି ପାଇଁ ଶନିବାର ଦିନ ସମସ୍ତେ ଡରି ଡରି ରୁହନ୍ତି କାରଣ ଏହି ଦିନ ଶନିଦେଵ ଙ୍କ ର ଦିନ ହୋଇଥାଏ ଏବଂ ଆପଣ ଙ୍କ ର କୌଣସି ଭୁଲ ପାଇଁ ଶନିଦେଵ ଆପଣଙ୍କ ଉପରେ କୋପ ଦୃଷ୍ଟି ପକାଇଥାନ୍ତି।

ଶନିଦେଵ ଙ୍କୁ ନ୍ୟାୟ ର ଦେବତା ବୋଲି କୁହା ଯାଇଥାଏ। ସାଧାରଣତଃ ଶନିଦେଵ ଙ୍କୁ ପ୍ରସନ୍ନ କରିବା ଏତେ ସହଜ ହୋଇ ନଥାଏ।

ସେଥି ପାଇଁ କେତେ ପୂଜାର୍ଚ୍ଚନା କରିବାକୁ ପଡିଥାଏ। ତେଣୁ ଆଜି ଆମେ ଆପଣ ଙ୍କୁ ଏପରି କିଛି ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଶନିବାର ଦିନ ସକାଳୁ ଦେଖନ୍ତି ତେବେ ଜାଣିବେ ଯେ ଶନି ଦେବ ଅଛନ୍ତି ଆପଣ ଙ୍କ ସହିତ।

ପ୍ରଥମରେ ହେଉଛି ଭିକାରୀ: ଶନିବାର ଦିନ ସକାଳୁ ଯଦି ଆପଣ କୌଣସି ଭିକାରୀ କୁ ଦେଖୁଛନ୍ତି କିମ୍ବା କୌଣସି ନିର୍ଦ୍ଧନ ବ୍ୟକ୍ତି କୁ ଦେଖୁଛନ୍ତି ତେବେ ଏହା ହେଉଛି ଶନିଦେଵ ଙ୍କ ର ଶୁଭ ସଂକେତ। ଯଦି ଏମିତି କେବେ ଦେଖନ୍ତି ତେବେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବା ଉଚିତ।

ଦ୍ୱିତୀୟ ରେ ହେଉଛି କଳା କୁକୁର: ଶନିବାର ଦିନ ଯଦି କଳା କୁକୁର ଦେଖୁ ଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ। ଯଦି କଳା କୁକୁର କୁ ଶନିବାର ଦିନ ଦେଖନ୍ତି ତେବେ ତାକୁ ଘିଅ ଲଗାଇ ରୁଟି ଖାଇବାକୁ ଦିଅନ୍ତୁ। ଏହା କଲେ ଶନି ଦେବ ଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ତୃତୀୟ ରେ ହେଉଛି ସଫେଇ କର୍ମଚାରୀ: ଯଦି ଶନିବାର ଦିନ ସକାଳୁ କୌଣସି ସଫେଇ କର୍ମଚାରୀ କୁ ଆପଣ ଦେଖନ୍ତି ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଆହୁରି ମଧ୍ୟ ଯଦି ଝାଡୁ ମାରିବା ବେଳେ ଆପଣ ତାକୁ ଦେଖନ୍ତି ତେବେ ମଧ୍ୟ ଏହା ଅନେକ ଶୁଭ ଫଳ ଦେଇଥାଏ। ତେଣୁ ଆପଣ ଆପଣଙ୍କ ସାମର୍ଥ୍ୟ ଅନୁସାରେ ଯଦି ତାଙ୍କୁ କିଛି ଟଙ୍କା କିମ୍ବା ଆଉ କିଛି ଦାନ କରନ୍ତି ତେବେ ସାନିଦେବ ଙ୍କ ର କୃପା ସର୍ବଦା ଆପଣ ଙ୍କ ଉପରେ ରହିଥାଏ।

ଚତୁର୍ଥ ରେ ହେଉଛି କାଉ: ସାଧାରଣତଃ ସକାକୁ ଉଠିବା ପରେ ଆମେ କାଉ ର ସ୍ୱର ଶୁଣିଥାଉ। କାଉ ହେଉଛି ଶନି ଦେବ ଙ୍କ ର ବାହାନ। ତେଣୁ ଯଦି ଶନିବାର ଦିନ ଆପଣ କାଉ କୁ ଦେଖନ୍ତି ତେବେ ଜାଣି ନିଅନ୍ତୁ ଯେ ଶନିଦେଵ ଙ୍କ ର କୃପା ଆପଣ ଙ୍କ ଉପରେ ବର୍ଷିବାକୁ ଯାଉଛି। ତେଣୁ ଏହି ସବୁ ଗୁଡିକୁ ଯଦି ଶନିବାର ଦିନ ଆପଣ ଦେଖନ୍ତି ତେବେ ଜାଣିବେ ଯେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ।

SOA post below
Leave a comment