ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କୁ ମିଳିଲାନି ଜାମିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିଲା ନାହିଁ। ଭୁବନେଶ୍ବର ସ୍କାଏ କିଙ୍ଗ ଅଫିସର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଏସଡିଜେଏମ୍ କୋର୍ଟ ଆଜି ଉଭୟଙ୍କ ଜାମିନ ଆବେଦନ ଖାରଜ କରିଥିବା ଜଣାଯାଇଛି। ଏହାପରେ ଉଭୟେ ଝାରପଡ଼ା ଜେଲକୁ ପଠାଯାଇଛି।
ସେପଟେ ଆଜି ଅଭୟକାନ୍ତ ପାଠକଙ୍କ ରିମାଣ୍ଡ ଅବଧି ସରିଛି। କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। କମିସନରେଟ ପୁଲିସ ଅଭୟକାନ୍ତଙ୍କୁ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା। ଏହି ସମୟରେ ସେ ଅନେକ ସତ ଓଗାଳିଥିବା ଜଣାପଡ଼ିଛି।
ଆକାଶ ପାଠକ ଟାଟା ଗ୍ରୁପର ଏମଡି ନୁହଁନ୍ତି । ପୁଅକୁ ଟାଟାର ନକଲି ଏମଡି ହେବାକୁ କହିଥିଲେ ବୋଲି ଜେରା ବେଳେ ସତ ଓଗାଳିଥିବା ପୋଲିସ ସୂଚନା ଦେଇଛି। ଅଭୟଙ୍କ ଟଙ୍କାରେ ପୁଅ ଆକାଶ ପାଠକ ଅୟସ କରୁଥିଲେ। ଅଭୟଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ୍। ସ୍କାଏକିଙ୍ଗ୍ ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କମିସନରେଟ୍ ପୁଲିସ।

Leave A Reply

Your email address will not be published.