ଖୋଲୁଛି କଟକ ଆଇଆଇଏଫ୍‌ଏଲ୍ ସୁନା ଲୁଟ ଗୁମର, ମିଳିଲାଣି ୧୦ କେଜି ସୁନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଧିରେ ଧିରେ ଖୋଲୁଛି କଟକ ଆଇଆଇଏଫ୍‌ଏଲ୍ ସୁନା ଗହଣା ଲୁଟ ଗୁମର। ଜବତ ହେଉଛି କିଲୋ କିଲୋ ସୁନା। କଟକ ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ଲୁଟ୍‌ ଘଟଣାରେ ଘଟଣାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଗିରଫ ଜାରି ରହିବ, ଆଗକୁ ଆହୁରି ଗିରଫ ହେବେ। ମଣପୁରମ ଗୋଲ୍ଡ ଲୋନ୍‌ ସଂସ୍ଥାର ଚୌଧୁରୀ ବଜାର ଏବଂ ବଜ୍ରକବାଟି ଶାଖାରୁ କେବଳ ୬ କିଲୋ ୭୦୦ ଗ୍ରାମ ସୁନା ମିଳିଛି। ୨୦୧୬ରୁ ଏହି ଲୁଟ୍‌ ଚାଲିଆସୁଛି।
ଜବତ ସୁନା ଗହଣାର ହିସାବ ଦେଇପାରିନଥିଲେ ସଂସ୍ଥା କର୍ତ୍ତୃପକ୍ଷ। ଯାହା ଆଇଆଇଏଫଏଲରୁ ଲାଲା ରଖିଥିବା ଲିଙ୍କ ରହିଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ପୁଲିସ। କେବଳ ଯେ ଅନ୍ୟ ଗୋଲ୍ଡ ଲୋନ ସଂସ୍ଥାରେ ନୁହେଁ ବରଂ କିଛି ସୁନା ଦୋକାନରେ ମଧ୍ୟ ଲିଙ୍କକୁ ଆସିଛି। ସେ ଆଧାରରେ ଦୁଇଜଣ ସୁନା ବ୍ୟବସାୟୀଙ୍କୁ ଗିରଫ କରିଛି ପୁଲିସ। ଏବେ ସୁନା ଗହଣା ଲୁଟ ଓ ହେରଫେର ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଗିରଫ ଦାରୀ ସଂଖ୍ୟା ଆଗକୁ ବଢିବ ବୋଲି କହିଛନ୍ତି ପୁଲିସ କମିଶନର।

ଅନ୍ୟପଟେ ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ର ମ୍ୟାନେଜର ଅୟନ ଶାହା ରାୟ କହିଛନ୍ତି ଯେ, ସୁନା ବନ୍ଧକ ରଖିଥିବା ଗ୍ରହକମାନେ ସେମାନଙ୍କ ସୁନା ପାଇଁ ବ୍ୟସ୍ତ ହୁଅନ୍ତୁନାହିଁ। ଆମର ଇନସୁରାନ୍ସ ପଲିସି ଅଛି। ଗ୍ରାହକମାନେ ସେମାନଙ୍କର ସୁନା ନିଶ୍ଚେ ଫେରିପାଇବେ।
ସୂଚନା ଅନୁସାରେ କଟକ ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ ନାମକ ଏକ ଫାଇନାନ୍ସ ସଂସ୍ଥାରୁ ନଭେମ୍ଵର ୧୯ ତାରିଖରେ ଲୁଟ୍‌ ହୋଇଥିଲା। ବନ୍ଧୁକମୁନରେ ପ୍ରାୟ ୨୦ କୋଟି ଟଙ୍କାର ସୁନା ଲୁଟି ନେଇଥିଲେ ୪ ଜଣ ଦୁର୍ବୃତ୍ତ। ଘଟଣାର ୬ ଦିନ ପରେ ଏହି ଲୁଟ‌ର ପର୍ଦ୍ଦାଫାସ୍ କରିଥିଲା କମିସନରେଟ ପୁଲିସ। ସଂସ୍ଥାର ୨ ଜଣ କର୍ମଚାରୀ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିବା ପରେ ଧିରେ ଧିରେ ଲୁଟ‌ର ଗୁମର ଫିଟିଥିଲା।

Leave A Reply

Your email address will not be published.