ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ‘ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର ରେଳ ଷ୍ଟେସନରେ ବାମଦଳଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ ଷ୍ଟେସନରେ ବହୁ ଦୂରଗାମୀ ଟ୍ରେନ୍ଗୁଡ଼ିକ ଅଟକି ରହିଛି। ଏଥିସହିତ ଗୁଣପୁର ଓଭର ବ୍ରିଜରେ ସିପିଆଇ(ଏମ୍) ପକ୍ଷରୁ ବନ୍ଦ ପାଳନ କରାଯାଇ ରାସ୍ତାରୋକ ଜାରି ରହିଛି। ଫଳରେ ରାଜପଥରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।