ପବନର ଦୋଷ ସରକାର ଦୋଷ ମୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ଦୋଷ ପବନର। ଘଟଣାର ତଦନ୍ତ କରୁଥିବା ଅନ୍ତର୍ଦ୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ ପ୍ରାଥମିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ଚିଲିକା ମଝିରେ ପ୍ରବଳ ପବନ ବହିବାରୁ କାଳିଜାଈ ଗଣ୍ଡରେ ଡ଼ଙ୍ଗା ବୁଡ଼ି ଯାଇଥିଲା। ଏଥିରେ ପ୍ରଶାସନର କିଛି ଭୁଲ ନାହିଁ ପ୍ରାଥମିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏଥିସହ ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣର ଲାଇଫ ଜ୍ୟାକେଟ ଥିଲା। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିବା ବେଳେ ୨୦ଟି ଜ୍ୟାକେଟ ଥିଲା। ହେଲେ ଚିଲିକା ମଝିରେ ପ୍ରବଳ ପବନ ବହିବାରୁ ଡଙ୍ଗା ବୁଡି ଯାଇଥିବା ରିପୋର୍ଟ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ କେତେଜଣ ପର୍ଯ୍ୟଟକ ମାଆ କାଳିଜାଈ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଚିଲିକା ମଝିରେ କାଳବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ନାଉରିଆ ନାଆ ସମ୍ଭାଳି ନ ପାରିବାରୁ ଡ଼ଙ୍ଗା ବୁଡି ଯାଇଥିଲା। ଗଣ୍ଡରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରକାନାରେ ଭର୍ତ୍ତି କରାଯାଇଥିଲା। ଗଣ୍ଡରୁ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ଆଜି ତଦନ୍ତ ରିପୋର୍ଟ ଦାଖଲ କରିଛି।

Sikshaya
Leave A Reply

Your email address will not be published.