ରାଜଧାନୀରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ । ଲୁହା ପାଇପ୍ରେ ପିଟିପିଟି ନିଜ ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ। ମୃତକ ହେଲେ ରାଜମୋହନ ସେନାପତି। ଘର ନୟାଗଡ଼ ଜିଲ୍ଲା କଳାପଥରରେ। କମ୍ପିଟେଟିଭ୍ ପାଇଁ ଭୁବନେଶ୍ୱର ବରମୁଣ୍ଡାରେ ରହୁଥିଲେ। ୩୦୨ ଧାରାରେ ହତ୍ୟା ମାମଲା ରୁଜୁ କରି ବଡଭାଇ ଅଭିଯୁକ୍ତ ବିଶ୍ୱମୋହନ ସେନାପତିଙ୍କୁ ଗିରଫ କରିଛି ପୋଲିସ।
ଉଭୟଙ୍କ ଘର ନୟାଗଡ଼ ହୋଇଥିବା ବେଳେ ଜଣେ ନୟାପଲ୍ଲୀ ଓ ଆଉ ଜଣେ ବରମୁଣ୍ଡାରେ ରହୁଥିଲେ ।
ମୃତ ସାନ ଭାଇ ପ୍ରତିଦିନ ମଦ ପିଉଥିଲେ । ଘରୁ ଟଙ୍କା ଚୋରି କରି ଆଣୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ସେନେଇ ଗତକାଲି ବଡଭାଇ ସାନ ଭାଇକୁ ତାଗିଦ୍ କରିଥିଲେ । ଗତକାଲି ଲୁହା ପାଇପ୍ରେ ବଡ଼ ଭାଇ ସାନ ଭାଇକୁ ବାଡେଇଥିଲା । ସାନ ଭାଇ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବିଶ୍ୱମୋହନ ଓ ତାଙ୍କ ସାଙ୍ଗ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।