ବଢିଲା ପିଲାଙ୍କ ସ୍କୁଲ ଛୁଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ହଠାତ ବୃଦ୍ଧି ପାଇଛି ଗ୍ରୀଷ୍ମପ୍ରବାହ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି।

ଗ୍ରୀଷ୍ମ ପ୍ରବାହ ବୃଦ୍ଧି କୁ ଦୃଷ୍ଟି ରେ ରଖି ସରକାର ସ୍କୁଲ୍ ଗୁଡ଼ିକର ଖରା ଛୁଟି କୁ ଆସନ୍ତା ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ର ଅନେକ ଜିଲ୍ଲା ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଛୁଟି ବଢ଼ିବା ସମ୍ପର୍କରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଆବଶ୍ୟକ ହେଲେ ଆହୁରି ମଧ୍ୟ ଛୁଟି ବଢି ପାରେ ।

Sikshaya
Leave A Reply

Your email address will not be published.