ଭାରତ-ପାକିସ୍ତାନ ମୁହାଁମୁହିଁ; ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଇଣ୍ଡିଆ

0

ଆଜି ଚଳିତ ଏସିଆ କପର ସୁପର-୪ର ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକ୍ । ତେବେ ମ୍ୟାଚ ପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକ୍ ଅଧିନାୟକ ବାବର ଆଜମ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ ।

ଫାଇନାଲ ଆଡକୁ ଅଗ୍ରସର ହେବାକୁ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ଭେଟଘାଟ୍ ହେବ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ । ଗତ ମ୍ୟାଚରେ ବିରୋଧୀ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇଥିଲା ଭାରତ । ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଦୁଇଟି ଯାକ ମ୍ୟାଚ୍ ଜିତି ଅପରାଜେୟ ସହ ସୁପର-୪ରେ ପହଞ୍ଚିଛି । ଗତ ୨୮ ତାରିଖରେ ଖେଳା ଯାଇଥିବା ମୁକାବିଲାରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ମଧ୍ୟ ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବାକୁ ତୟାର ରହିଛି ।

SOA post below
Leave a comment