କର୍ପୋରେଟର ଅମରେଶ ଜେନାଙ୍କ ପରିଚାଳନାରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ୪୫ରେ ସ୍ବାଧୀନତା ଦିବସ ପାଳିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୭୬ ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ୪୫ ପକ୍ଷରୁ କର୍ପୋରେଟର ଶ୍ରୀ ଅମରେଶ ଜେନାଙ୍କ ପରିଚାଳନାରେ ପତକା ଉତ୍ତୋଳନ କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଚିନ୍ତାମଣିଶ୍ୱର୍ ଯୁବ ପରିଷଦ ପକ୍ଷରୁ ପତକା ଉତ୍ତୋଳନ କରିବା ସହ ୱାର୍ଡ ଅଫିସ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରାଯାଇଥିଲା । ତତ୍ ସହିତ ଚିନ୍ତାମଣିଶ୍ୱର ସ୍କୁଲ ସଫେଇ କରିବା ଭଳି ସାମାଜିକ କାର୍ଯ୍ୟକ୍ରମ ସହ ପିଲାମାନଙ୍କ ପରିପ୍ରେକ୍ଷୀରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ମୂଖ୍ୟ ଅତିଥି ଭାବେ କର୍ଣ୍ଣେଲ ଶ୍ରୀ ଦିନେଶ ଦାସ , ପ୍ରିନିପଲ୍ ଚିଫ୍ କଞ୍ଜରଭେଟିବ ଅଫିସର ଶ୍ରୀ ଅଶୋକ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ଚିନ୍ତାମଣିଶ୍ୱର୍ ଅଞ୍ଚଳର ବରିଷ୍ଠ ନାଗରିକ ମନୋଜ ମହାନ୍ତି, ରାଜୀବ ଚମ୍ପତି, ଦେବେନ୍ଦ୍ର ଭୋଳ, ସମସ୍ତ ଏସ.ଏଚ୍.ଜି କର୍ମକର୍ତ୍ତା ଏବଂ ବହୁ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।

SOA post below
Leave a comment