ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଓ ଇସ୍ରାଏଲ୍ର ମିଳିତ ଭାବେ ବିକଶିତ କରିଥିବା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ଏକ ମଧ୍ୟମ ଧରଣ କ୍ଷେପଣାସ୍ତ୍ରର (ଏମ୍ଆର୍ଏସ୍ଏଏମ୍) ସଫଳ ପରୀକ୍ଷା କରିଛନ୍ତି। ଶତ୍ରୁପକ୍ଷ ବିମାନ ଆକ୍ରମଣରୁ ନିରାପଦ ରହିବା ଉଦ୍ଦେଶ୍ୟରେ ଏହାକୁ ବିକଶିତ କରାଯାଇଛି। ଟୁଇଟ୍ କରି ‘ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍’ (ଆଇଏଆଇ) ଲେଖିଛି: ଭାରତର ଏକ ପରୀକ୍ଷଣ ରେଞ୍ଜ୍ରେ ଗତ ସପ୍ତାହରେ ‘ଆଇଏଆଇ’ ଏବଂ ‘ଡିଆର୍ଡିଓ’ ସଫଳଭାବେ ଏକ ‘ଏମ୍ଆର୍ଏସ୍ଏଏମ୍’ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ ଉକ୍ଷେପଣ କରିଛନ୍ତି। ଆକାଶ ମାର୍ଗରୁ ହେଉଥିବା ଅନେକ ପ୍ରକାର ଆକ୍ରମଣରୁ ଏହି ଅତ୍ୟାଧୁନିକ ‘ଏମ୍ଆର୍ଏସ୍ଏଏମ୍’ ଚରମ ସୁରକ୍ଷା ପ୍ରଦାନ କରିବl ‘ଆଇଏଆଇ’ ଏବଂ ‘ଡିଆର୍ଡିଓ’ ଦ୍ୱାରା ବିକଶିତ ଏହି ‘ଏମ୍ଆର୍ଏସ୍ଏଏମ୍’ ସିଷ୍ଟମ୍କୁ ଭାରତୀୟ ସେନାର ତିନି ବିଭାଗ ଏବଂ ଇସ୍ରାଏଲ୍ ଡିଫେନ୍ସ୍ ଫୋର୍ସ ମଧ୍ୟ ବ୍ୟବହାର କରୁଛନ୍ତି। ଇସ୍ରାଏଲ୍ ଏବଂ ଭାରତରେ ଥିବା ଅନ୍ୟ ପ୍ରତିରକ୍ଷା କମ୍ପାନିମାନଙ୍କ ଅଂଶୀଦାରିରେ ଏହା ପ୍ରସ୍ତୁତ ହୋଇଛି। ୫୦ରୁ ୭୦ କିଲୋମିଟର ଦୂରରୁ ଏହା ଶତ୍ରୁ ପକ୍ଷର ବିମାନକୁ ଗୁଳି ମାରି ଖସାଇ ଦେଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି।