ଭାରତ ହରାଇଲା ବାଜପେୟୀଙ୍କ ଭଳି ରତ୍ନ

0


ଓଡିଶା ଫାଷ୍ଟ(ବ୍ୟୁରୋ): ଭାରତ ଆଜି ବାଜପେୟୀଙ୍କ ଭଳି ବିଶେଷ ରତ୍ନ ହରାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ଆଜି ସନ୍ଧ୍ୟା ୫:୦୫ରେ ଶେଷ ନିଶ୍ଵାସ ତ୍ୟାଗକରିଛନ୍ତି । ଏମସ ପକ୍ଷରୁ ବିଧିବଦ୍ଧ ଭାବରେ ଏହା ଘୋଷଣା କରାଯାଇଛି । ଗାନ୍ଧୀ ପରିବାର ପରେ ଯଦି କେହି ନେତା ସମଗ୍ର ଦେଶବାସୀ ଙ୍କ ପ୍ରିୟ ହୋଇଥିଲେ ସେ କେବଳ ବାଜପେୟୀ । ୯୦ ଦଶକ ପରେ ଭାରତୀୟ ରାଜନୀତି ର ଲୋକପ୍ରିୟ ନେତା ଭାବରେ ସର୍ବୋଚ୍ଚ ଡ଼ଟଣା ଦାଖଲ କରିଥିଲେ ଅଟଳ ବିହାରୀ ବାଜପେୟୀ । ତାଙ୍କ ବିଷୟରେ ଜେଟ ଆଲୋଚନା କଲେ ମଧ୍ୟ ତାହା କମ ହେବ । ନିଜର ଶିଷ୍ଟାଚାର, ବାକ୍ପଟୁତା ଏବଂ ବୁଦ୍ଧିମତା ପାଇଁ ସେ କେବଳ ଭାରତ ରେ ନୁହେଁ ବିଶ୍ୱବିଦିତ ହୋଇପାରିଥିଲେ । ଏମିତିକି ବିରୋଧ ଦଳ ର ନେତା ଥିବା ସମୟରେ ବିଦେଶ ଯାଇ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ।ତାଙ୍କର କଥା କହିବା ଶୈଳୀ ଏତେ ମନମୁଗ୍ଧକର ଥିଲା ଯେ ବିରୋଧୀ ହୁଅନ୍ତୁ କି ଶାସକ ଦଳର ସଭ୍ୟ ବାଜପେୟୀଙ୍କ ଭାଷଣ ଶୁଣିବା ପାଇଁ ରାଜ୍ୟସଭାରୁ ଲୋକସଭା ଚାଲିଆସୁଥିଲେ । ତାଙ୍କ ଭାଷଣ ସମୟରେ କାହା ମୁହଁରୁ ଶବ୍ଦ ଶୁଭା ଯାଉନଥିଲା । ଆଜିକାଲି ନେତୃବୃନ୍ଦ ଙ୍କ ମଧ୍ୟରେ ଅହଂକାର ଦେଖା ଯାଉଥିଲେ ବି ବାଜପେୟୀଙ୍କ ନା ମୁଖମଣ୍ଡଳରେ। ନା କାର୍ଯ୍ୟକଳାପ ରେ ଅହଂକାର ର ଚିହ୍ନ ବର୍ଣ୍ଣ ନଥିଲା । ସେଥିପାଇଁ ସେ ନିଜ ଦଳ ସହ ବିରୋଧୀ ଦଳ ନେତାଙ୍କ ସମ୍ମାନ ର ପାତ୍ର ହୋଇପାରିଥିଲେ ।

ଗତ ଜୁନ୧୧ ତାରିଖରୁ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା । ସେ ୯ ସପ୍ତାହ ହେଲା ଏମସରେ ଚିକିତ୍ସାଧୀନ ଥିଲେ । ତାଙ୍କର ବିୟୋଗ ରେ ସମଗ୍ର ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି ।

ତାଙ୍କର ଶେଷ ଦର୍ଶନ ପାଇଁ ନେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କର ସୁଅ ଛୁଟିଛି । ବାଜପେୟୀ ଙ୍କୁ ଦେଖିବା ପାଇଁ ଏମସ କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ରାଜନାଥ ସିଂହ ଆଦି ଅନେକ ନେତା ଆସିଥିଲେ ।

ବାଜପେୟୀ ୨୫ ଡିସେମ୍ବର ୧୯୨୪ ରେ ଗୁୱଲିଅର ରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ହିନ୍ଦୀ କବି, ପତ୍ରକାର ଓ ଜନପ୍ରିୟ ନେତା ଥିଲେ । ସେ ସ୍ବାଧୀନତା ସଂଗ୍ରାମରେ ନିଜ ଭାଇ ପ୍ରେମ ଙ୍କ ସହ ୧୯୪୨ ମସିହାରେ ଭାଗନେଇ ୨୩ ଦିନ ପାଇଁ ଜେଲ ଯାଇଥିଲେ । ୧୯୫୧ ମସିହାରେ ନୂତନ ଭାବେ ଗଠିତ ଭାରତୀୟ ଜନ ସଂଘ ରେ ଯୋଗଦାନ କରିଥିଲେ । ୧୯୫୭ ମସିହାରେ ୟୁପି ର ବଳରାମପୁର ଲୋକସଭା ପ୍ରାର୍ଥୀ ଭାବେ ପ୍ରଥମ ଥର ନିର୍ବାଚନ ଜିତିଥିଲେ । ୧୬ ମେ ୧୯୯୬ ରୁ ୧ ଜୁନ ୧୯୯୬ ପର୍ଯ୍ୟନ୍ତ ୧୩ ଦିନ ପାଇଁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨ୟ ଥର ପ୍ରଧାନମନ୍ତ୍ରୀ ଭାବେ ୧୦ମ ପ୍ରଧାନମନ୍ତ୍ରୀ ଭାବେ ୧୯ ମାର୍ଚ୍ଚ ୧୯୯୮ ଠାରୁ ୧୨ ଅକ୍ଟୋବର ୧୯୯୯ କାର୍ଯ୍ୟଭାର ତୁଲାଇଥିଲେ । ତୃତୀୟ ଓ ଶେଷଥର ପାଇଁ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ନିଜ କାର୍ଯ୍ୟ ତୁଲାଇଛନ୍ତି । ତାଙ୍କର ଶାସନ କାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କାରଗିଲ ଯୁଦ୍ଧ ଠାରୁ ଆରମ୍ଭ କରି ପରମାଣୁ ପରୀକ୍ଷଣ ହେଉ କିମ୍ବା ଦିଲ୍ଲୀ-ଲହୋର ବସ ସେବା ପରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ବାଜପେୟୀ ୧୯୯୨ ରେ ପଦ୍ମବିଭୂଷଣ ଓ ୨୦୧୫ ରେ ଭାରତ ର ସର୍ବୋଚ୍ଚ ଉପାଧି ଭାରତରତ୍ନ ରେ ବିଭୂଷିତ ହୋଇଛନ୍ତି ।

Leave A Reply

Your email address will not be published.