ଆଜିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍

0

ଓଡିଶା ଫାଷ୍ଟ( ବ୍ୟୁରୋ):ଆଜିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ । ଆଜି ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଦିନ ସାଢ଼େ ୧୨ଟାରେ ଆରମ୍ଭ ହେବ । ଭାରତ ଗସ୍ତରେ ଆସିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ନିଜ ଘରେ ପରାସ୍ତ କରି ଭାରତୀୟ ଖେଳାଳିଙ୍କ ମନୋବଳ ବେଶ ଉଚ୍ଚରେ ରହିଛି ।
ଗତ କିଛିଦିନ ଧରି ଘରୋଇ ପରିବେଶରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ବ୍ୟାଟିଂ ଓ ବୋଲିଂରେ କମାଲ କରି ନିକଟରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିରୋଧରେ ସିରିଜ୍ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏବେ କିନ୍ତୁ ନ୍ୟୁଜିଲାଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଟିମ ଇଣ୍ଡିଆକୁ ଖେଳିବାକୁ ଥିବାରୁ ଭାରତୀୟ ଖେଳାଳିଙ୍କ ପାଇଁ କ୍ୟୁଇ ଦଳକୁ ହରାଇବା ଟିକେ କଷ୍ଟକର ହେବ ବୋଲି ଜଣାପଡ଼ିଛି । କୋହଲିଙ୍କ ନେତୃତ୍ୱରେ ଦଳ ପଡ଼ିଆକୁ ଓହ୍ଲାଇବାକୁ ଥିବାବେଳେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତୀୟ ଟିମ୍ । ୱିଲିୟମସନଙ୍କ ନେତୃତ୍ୱରେ ଭାରତ ସହ ଲଢ଼ିବ କିୱି ଟିମ୍ । ଦଳରେ ଗପଟିଲ୍, ମୁନରୋଙ୍କ ପରି ବିସ୍ଫୋରକ ବ୍ୟାଟସମ୍ୟାନ ରହିଛନ୍ତି । ସେହିପରି, ସାଉଦି, ସାଣ୍ଟନେରଙ୍କ ପରି ବୋଲର ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇପାରନ୍ତି ।

Leave A Reply

Your email address will not be published.