କୁଳଭୂଷଣଙ୍କୁ ଛାଡିଲେ ସୁଦୃଢ ହେବ ଭାରତ, ପାକିସ୍ତାନ ସମ୍ପର୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଜେଲରୁ ଛାଡ଼ିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ତାଙ୍କ ସାଙ୍ଗ ସଚିନ୍ କାଲେ । କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିବା ପରେ ଏହି ଅପିଲ କରିଛନ୍ତି ସଚିନ । ତେବେ କୁଳଭୁଷଣଙ୍କୁ ପାକିସ୍ତାନ ଛାଡ଼ିଦେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହେବ ବୋଲି ସଚିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିକଟରେ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ, ପୋଓ୍ବାଇ ନିବାସୀ ୪୯ ବର୍ଷୀୟ କୁଳଭୂଷଣ ସୁଧୀର ଯାଦବ ନୌସେନାରୁ ଅବସର ନେବା ପରେ ବ୍ୟବସାୟ କରୁଥିଲେ । ସେ ଇରାନକୁ ବ୍ୟବସାୟିକ କାମରେ ଯାଇଥିବାବେଳେ ୨୦୧୬ ମାର୍ଚ୍ଚ ୩ରେ ପାକିସ୍ତାନୀ ସୁରକ୍ଷା ବଳ ତାଙ୍କୁ ଅପହରଣ କରି ନେଇଥିଲେ । ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିବା ଦର୍ଶାଇ ପାକିସ୍ତାନ ମାମଲା ରୁଜୁ କରିଥିଲା । ଏ ନେଇ ମାମଲା ଚାଲିଥିବା ବେଳେ ବୁଧବାର ଏହି ହାଇପ୍ରେଫାଇଲ୍‌ ମାମଲାର ରାୟ ପ୍ରକାଶ ପାଇଛି । ଆଇସିଜେର ୧୫ ବିଚାରପତି ଭାରତ ସପକ୍ଷରେ ମତ ଦେଇଛନ୍ତି । ହେଲେ ଆଇସିଜେରେ ଅସ୍ଥାୟୀ ବିଚାରପତି ଥିବା ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ତସାଦୁକ୍‌ ହୁସେନ ଜିଲାନି ଭିନ୍ନମତ ପ୍ରକାଶ କରିଛନ୍ତି । ଏହାସତ୍ତ୍ୱେ ସଂଖ୍ୟାଗରିଷ୍ଠ ମତ ପାକିସ୍ତାନୀ ସେନା କୋର୍ଟ ବିରୋଧରେ ଯାଇଥିବାରୁ ଏହା ଭାରତ‌ ସପକ୍ଷରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.