ରାଜଧାନୀରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ

0

ଦେଶରେ କରୋନା ଭୟ ଶେଷ ହୋଇଥିବାବେଳେ ପୁଣି ଚିନ୍ତା ବଢ଼ିଲାଣି ମଙ୍କିପକ୍ସ । କେରଳରେ ମଙ୍କିପକ୍ସର ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ମଙ୍କିପକ୍ସର ପ୍ରଥମ ମାମଲା ମିଳିଛି । ଏହି ରୋଗୀଙ୍କ ବିଦେଶୀ ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡ଼ିଛି । ଏହାପୂର୍ବରୁ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରୁ ମଙ୍କିପକ୍ସର ୩ଟି ମାମଲା ଚିହ୍ନଟ ହୋଇଥିଲା ।

ଗତ ୧୪ ତାରିଖରେ କେରଳରୁ ଦେଶର ପ୍ରଥମ ମାମଲା, ୧୮ରେ ଦ୍ୱିତୀୟ ମାମଲା ଓ ୨୨ରେ ତୃତୀୟ ମାମଲା ସାମ୍ନାକୁ ଆସିଥିଲା ।

ତେବେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ମୌଲାନା ଆଜାଦ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ୩୧ ବର୍ଷୀୟ ଯୁବକ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରୋଗୀଠାରେ ପ୍ରବଳ ଥଣ୍ଡା ଓ ଚର୍ମରେ ଘା’ ରହିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେଶର ପ୍ରଥମ ସଂକ୍ରମିତ ୟୁଏଇରୁ ଫେରିଥିଲେ ।

SOA post below
Leave a comment